Advertisement

ନିଶା ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ନିଶା ସାମଗ୍ରୀ ବିକ୍ରି କାରବାରରେ ବୁଧବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେ ହେଲେ, ବରଗଡ଼ ହାଟପଦାର ଏମ୍‌ଡ଼ି ଅନସାରୀ(୩୨)। ତାଙ୍କ ପାଖରୁ ୩୦ଟି କଫ୍‌ ସିରପ୍‌, ୧ଷ୍ଟ୍ରିପ୍‌ ନାଇଟ୍ରୋସନ ଟାବଲେଟ୍‌ ଜବତ ହୋଇଥିବା ପୋଲିସ କହିଛି। ଏ ନେଇ ପୋଲିସ ଏକ ମାମଲା(ନଂ-୬୩/୨୫) ରୁଜୁ କରିଛି। ଏହି ମାମଲାରେ ପୂର୍ବରୁ ଅନ୍ୟଜଣେ ଅଭିଯୁକ୍ତ ବରଗଡ଼ ହାଟପଦାସ୍ଥିତ ପଠାନପଡ଼ାର ଏମ୍‌ଡ଼ି ଆଲମ(୨୦) ଗିରଫ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି। ସେହିପରି ବରଗଡ଼ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବରଗଡ଼ ବ୍ଲକ କଟାଟିକ୍ରା ଗ୍ରାମରୁ ୪କି.ଗ୍ରା ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏଥି ସହିତ ଅଭିଯୁକ୍ତ ଦ୍ରୋତା ଖମାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel