Categories: ଜାତୀୟ

ଅଭିଯୁକ୍ତ ଆଶିଷ କେଉଁଠି ତାହା ଆଇଜିଙ୍କୁ ବି ଅଜଣା…

ଲକ୍ଷ୍ନୌ,୭।୧୦: ଲକ୍ଷ୍ମୀପୁର ଖିରି କାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜ୍ୟ ଗୃହମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ର ଏବେ ପୋଲିସ ହାତ ପାଅନ୍ତାରେ ନାହାନ୍ତି। ସେ କେଉଁଠି ଅଛନ୍ତିା ତାହା ଆଇଜିଙ୍କୁ ମଧ୍ୟ ଅଜଣା। ପୋଲିସ କହିଛି ଯେ, ତାଙ୍କର ସନ୍ଧାନ ଜାରି ରହିଛି। ଖୁବ୍‌ ଶୀଘ୍ର ତାଙ୍କୁ ଗିରଫ କରାଯିବ। କିଛି ଦିନ ତଳେ ଆଶିଷ ମିଡ଼ିଆରେ  ସାକ୍ଷାତ୍‌କାର ଦେଉଥିବାବେଳେ ଏବେ କେଉଁଠି ଅଛନ୍ତି ତାହା ରାଜ୍ୟ ପୋଲିସ ଜାଣି ନ ଥିବା କହିଛି। ଆଶିଷଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ବହରାଇଚ ବାସିନ୍ଦା ଜଗଜିତ୍‌ ସିଂ ଏହା ରୁଜୁ କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଆଶିଷ ଚାଷୀଙ୍କୁ ଗାଡ଼ିକୁ ଧକ୍କା ଦେବା ସହିତ ଫାୟାରିଂ ମଧ୍ୟ କରିଥିଲେ।

ଆଇଜିଙ୍କ ମନ୍ତବ୍ୟ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ପୋଲିସ ଜାଣିଶୁଣି ଏଭଳି କରୁଛି ନା ସତ କଥା କହୁଛି। ରାଜ୍ୟର ବଡ଼ ବଡ଼ ଅପରାଧୀଙ୍କୁ ଖୋଜି ଏନ୍‌କାଉଣ୍ଟର କରିଥିବା ପୋଲିସ ମନ୍ତ୍ରୀଙ୍କ ପୁଅକୁ ଖୋଜିବାରେ ଅସହାୟ କାହିଁକି ବୋଲି ବିରୋଧୀ ଦଳଙ୍କ ପକ୍ଷରୁ କୁହାଯାଇଛି।

Share