କହ୍ନେୟାଲାଲ୍‌ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ କୋର୍ଟ ପରିସରରେ ପିଟିଲେ ଲୋକେ

ଜୟପୁର,୨ା୭: ରାଜସ୍ଥାନ ଉଦୟପୁରରେ କହ୍ନେୟାଲାଲ୍‌ଙ୍କୁ ଗଳାକାଟି ହତ୍ୟା କରାଯିବା ଘଟଣାକୁ ନେଇ ଉତ୍ତେଜନା ଥମୁନି। ଏହି ହିଂସାର ଅଭିଯୁକ୍ତଙ୍କୁ କୋର୍ଟ ପରିସରରେ ସ୍ଥାନୀୟ ଲୋକେ ପିଟିଥିବା ଜଣାପଡ଼ିଛି। ଏନ୍‌ଆଇଏ କୋର୍ଟରେ ହାଜର ସମୟରେ ୪ ଅଭିଯୁକ୍ତଙ୍କୁ ଟାଣି ଆଣି ଖୁବ୍‌ ପିଟିଥିଲେ ସ୍ଥାନୀୟ ଲୋକେ। ଫଳରେ ଅଭିଯୁକ୍ତଙ୍କୁ ହେପାଜତକୁ ନେବା ପାଇଁ ପୋଲିସ ନୟାନ୍ତ ହୋଇପଡ଼ିଥିଲା। ୪ ଅଭିଯୁକ୍ତଙ୍କୁ ୧୦ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି।

ସୂଚନାଯୋଗ୍ୟ, ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ସମର୍ଥନ ପାଇଁ କହ୍ନେୟାଲାଲ୍‌ଙ୍କୁ ହତ୍ୟା କରାଯାଇଥିଲା।  ଗ୍ରାହକ ବେଶରେ ଆସି କହ୍ନେୟାଲାଲଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ। ଏମାନଙ୍କ ମଧ୍ୟରୁ ଅଖତରୀ ଏବଂ ଘାସ୍‌ଙ୍କୁ ରାଜ୍ୟ ପୋଲିସ ଗିରଫ କରିଥିବାବେଳେ ଦୁଇ ଦିନ ପରେ ମୋହସିନ ଏବଂ ଆସିଫଙ୍କୁ ନାବେଦଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ମୋଟ୍‌ ୪ ଜଣଙ୍କୁ ଗିରଫ କରାଯାଇଛି।

Share