ମହିଳାଙ୍କ ଗଳା କାଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଧରାଇଲା ୟୁପିଆଇ ପେମେଣ୍ଟ, ସ୍ବାମୀଙ୍କ ସମେତ ୩ ଗିରଫ

କଟକ/କଟକ ସଦର,୧୬ା୧୨(କାର୍ତ୍ତିକ ସାହୁ/ ସୁଶାନ୍ତ କୁମାର ଜେନା): ହତ୍ୟାର ଶିକାର ମହିଳା ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଭିତର ସୋବଳା ଗ୍ରାମର ପଦ୍ମାବତୀ ସାମଲ(୩୫)। ତାଙ୍କୁ ତାଙ୍କ ସ୍ବାମୀ ବଳରାମ ଦେହୁରୀ(୩୨), ଦିଅର ଜଗନ୍ନାଥ ଦେହୁରୀ ଓରଫ ବାବୁ(୨୭) ଓ ସମ୍ପର୍କୀୟ ଦିଅର ହାପି ଦେହୁରୀ(୨୦) ହତ୍ୟା କରିଛନ୍ତି। ପରକୀୟା ପ୍ରୀତି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା କଟକ ଡିସିପିଙ୍କ କାର୍ଯ୍ୟାଳୟରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।
କମିଶନର ସୂଚନା ଅନୁଯାୟୀ, ପରମହଂସ ଗ୍ରାମ ନିକଟ କାଠଯୋଡ଼ି ନଦୀପଠାରେ ଗୁରୁବାର ରାତିରେ ମହିଳାଙ୍କ ଗଳା କାଟି ପଥରରେ ଛେଚି ହତ୍ୟା କରାଯାଇଥିଲା। ଶୁକ୍ରବାର ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନା ପଠାଇଥିଲା। ହେଲେ ମୁହଁ ବିକୃତ ହୋଇଯାଇଥିବାରୁ ମହିଳାଙ୍କ ପରିଚୟ ଜାଣିବା କଷ୍ଟକର ହୋଇପଡିଥିଲା। ହତ୍ୟାକାଣ୍ଡ ନିକଟବର୍ତ୍ତୀ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ଜଣାପଡ଼ି ନ ଥିଲା। ହେଲେ ଘଟଣାସ୍ଥଳରୁ ରକ୍ତଛିଟା ଲାଗିଥିବା ପ୍ୟାଣ୍ଟଶାର୍ଟ ପୋଲିସ ଜବତ କରିଥିଲା। ଉକ୍ତ ପ୍ୟାଣ୍ଟଶାର୍ଟରୁ ‘ନିୟୁ ଷ୍ଟାର’ ନାମକ ଏକ ଟେଲର ଦୋକାନର ରସିଦ୍‌ ମିଳିଥିଲା। ପୋଲିସ ଉକ୍ତ ରସିଦ୍‌ ସମ୍ପର୍କରେ ଗଣମାଧ୍ୟମରେ ଜଣାଇଥିଲା। ଏହାସହ ‘ନିୟୁ ଷ୍ଟାର’ ନାମରେ ଥିବା ଓଡ଼ିଶାର ପ୍ରାୟ ୧୦ଟି ଟେଲର ଦୋକାନର ରସିଦ୍‌ ବହିକୁ ପୋଲିସ ଯାଞ୍ଚ କରିଥିଲା। ହେଲେ ସେଗୁଡ଼ିକ ସହ ଜବତ ରସିଦ୍‌ ମେଳ ଖାଇ ନ ଥିଲା। ପରେ ଭଞ୍ଜନଗର ଅଞ୍ଚଳରେ ସେହି ନାମରେ ଏକ ଟେଲର ଦୋକାନ ଥିବା ଜଣେ ବ୍ୟକ୍ତି କଟକ ଡିସିପି ଜଗମୋହନ ମୀନାଙ୍କୁ ହ୍ବାଟ୍‌ସଆପ୍‌ ମାଧ୍ୟମରେ ଜଣାଇଥିଲେ। କମିଶନରେଟ୍‌ ପୋଲିସ ଏ ସମ୍ପର୍କରେ ଗଞ୍ଜାମ ପୋଲିସକୁ ଅବଗତ କରିଥିଲା। ଭଞ୍ଜନଗର ଏସ୍‌ଡିପିଓ ବିଭିନ୍ନ ଅଞ୍ଚଳ ଯାଞ୍ଚ କରିବା ପରେ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଉକ୍ତ ନାମରେ ଟେଲର ଦୋକାନ ଥିବା ଜାଣିବାକୁ ପାଇଥିଲେ। ସ୍ଥାନୀୟ ପୋଲିସ ଉକ୍ତ ଦୋକାନରେ ପହଞ୍ଚି ଯାଞ୍ଚ କରିବା ପରେ ଉକ୍ତ ରସିଦ୍‌ ମିଶି ନ ଥିଲା। ହେଲେ ଟେଲର ଦୋକାନୀ ପୋଲିସକୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ। ସେ ଗୁଜରାଟର ସୁରଟରେ ପୂର୍ବରୁ କାମ କରୁଥିବାରୁ ସେଠାରେ ‘ନିୟୁ ଷ୍ଟାର’ ନାମରେ ଟେଲର ଦୋକାନ ଥିବା ପୋଲିସକୁ ଜଣାଇଥିଲେ। ଏନେଇ ଓଡ଼ିଶା ପୋଲିସ ସୁରଟ ପୋଲିସକୁ ଅବଗତ କରାଇଥିଲା। ସେଠାକାର ପୋଲିସ ସେହି ଏକା ନାମରେ ରହିଥିବା ୭/୮ଟି ଟେଲର ଦୋକାନ ଯାଞ୍ଚ କରିବା ପରେ ଗୋଟିଏ ଦୋକାନର ରସିଦ୍‌ ସହିତ ତାହା ମେଳ ଖାଇଥିଲା। ଉକ୍ତ ରସିଦ୍‌ରେ କେବଳ ବାବୁ ବ୍ୟତୀତ ଅନ୍ୟ କିଛି ଲେଖା ନ ଥିଲା। ମାତ୍ର ଦୋକାନୀ ଜଣକ ସିଲେଇ ମଜୁରି ବାବଦକୁ ବାବୁ ୟୁପିଆଇ ଜରିଆରେ ୧୦୦ ଟଙ୍କା ଦେଇଥିବା କହିଥିଲେ। ଉକ୍ତ ୟୁପିଆଇ ନମ୍ବର ଯାଞ୍ଚ କରିବା ପରେ ବାବୁ ନାମକ ଯୁବକ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ବଡ଼ସୋବଳା ଗ୍ରାମର ଜଗନ୍ନାଥ ଦେହୁରୀ ବୋଲି ଜଣାପଡ଼ିଥିଲା। ତାଙ୍କ ମୋବାଇଲ ଫୋନ୍‌ ଟ୍ରାକ୍‌ କରାଯିବା ପରେ ସେ ଟ୍ରେନ୍‌ରେ ସୁରଟ ଯାଉଥିବା ଜଣାପଡ଼ିଥିଲା। ତୁରନ୍ତ ରାୟଗଡ଼ା ପୋଲିସ ସହ ଯୋଗାଯୋଗ କରିଥିଲା କମିଶନରେଟ୍‌ ପୋଲିସ। ରାୟଗଡ଼ା ପୋଲିସର ଏକ ଟିମ୍‌ ମୁନିଗୁଡା ନିକଟରେ ଉକ୍ତ ଟ୍ରେନ୍‌କୁ ଯାଞ୍ଚ କରିବା ପରେ ବାବୁଙ୍କୁ କାବୁ କରିଥିଲା। ତାଙ୍କୁ ପଚରାଉଚରା କରାଯିବା ପରେ ମୃତ ମହିଳାଙ୍କ ପରିଚୟ ଜଣାପଡ଼ିଥିଲା।
ଅପରପକ୍ଷରେ କଟକ ଡିସିପି ଜଗମୋହନ ମୀନା କହିଛନ୍ତି, ସ୍ତ୍ରୀ ପଦ୍ମାବତୀଙ୍କ ଚରିତ୍ରକୁ ଅଭିଯୁକ୍ତ ବଳରାମ ସନ୍ଦେହ କରୁଥିଲେ। ଏଥିପାଇଁ ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ତିକ୍ତତା ଲାଗି ରହିଥିଲା। ସ୍ତ୍ରୀଙ୍କୁ ରାସ୍ତାରୁ ହଟାଇବା ପାଇଁ ସୁରଟରେ ଥିବା ସାନଭାଇ ଜଗନ୍ନାଥଙ୍କ ସହ ବଳରାମ ଷଡ଼ଯନ୍ତ୍ର ରଚିଥିଲେ। ଘଟଣା ଦିନ ସୁରଟରୁ ଏକ ଚାପଡ ଆଣି ପହଞ୍ଚତ୍ଥିଲେ ଜଗନ୍ନାଥ। ଏପଟେ ଚିକିତ୍ସା କରାଇବା ପାଇଁ କହି ପଦ୍ମାବତୀଙ୍କୁ ବଳରାମ ଘରୁ ଆଣିଥିଲେ। ପୂର୍ବ ଯୋଜନା ଅନୁଯାୟୀ ଅଭିଯୁକ୍ତମାନେ ମହିଳାଙ୍କୁ ହତ୍ୟା କରିବା ପରେ ପଥରରେ ଛେଚି ମୁହଁକୁ ବିକୃତ କରିଦେଇ ଫେରାର ହୋଇଯାଇଥିଲେ। ମୁଖ୍ୟ ଅଭିଯୁକ୍ତ ବାବୁ ଓରଫ ଜଗନ୍ନାଥଙ୍କୁ ରାୟଗଡ଼ାରୁ ଗିରଫ କରାଯାଇଥିବାବେଳେ ଅନ୍ୟ ଦୁଇଜଣଙ୍କୁ ମହାକାଳପଡ଼ାରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ କନ୍ଦରପୁର ଥାନାରେ ଏକ ମାମଲା(ନଂ.୨୨୪/୨୪) ରୁଜୁ ହୋଇଛି। ଏହି ଖବରଦାତା ସମ୍ମିଳନୀରେ କନ୍ଦରପୁର ଥାନା ଅଧିକାରୀ ରାଧାକାନ୍ତ ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୁହା ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ, ମଦ୍ୟପାନ କରି ଦ୍ରୁତଗତିରେ ଚଳାଉଥିଲେ ଚାଳକ

ଦାରିଙ୍ଗବାଡ଼ି,୧୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ଜହନପଲ୍ଲୀଠାରେ ଏକ ଲୁହା ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ...

ଦେବାଶିଷଙ୍କ ବଡ଼ ବୟାନ: ବିଜେଡି ଛାଡ଼ି କେହି…

କଟକ, ୧୬ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଆଉ କୌଣସି ନେତା ଦଳ ଛାଡ଼ି ଯିବେନାହିଁ। ଯିଏ ଯିବାର ଥିଲା ସେମାନେ ଗଲେଣି, ଯେଉଁମାନେ ଅଛୁ ଆଉ କେହି ଯିବୁ...

ଶ୍ରୀମନ୍ଦିରରେ ଆଜିଠୁ ପହିଲି ଭୋଗ ନୀତି

ପୁରୀ,୧୬ା୧୨(ଅଜିତ୍‌ କୁମାର ମହାନ୍ତି): ଧନୁ ସଂକ୍ରାନ୍ତିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହେବ। ଏହି ପହିଲି ଭୋଗ ନୀତି ଧନୁ ସଂକ୍ରାନ୍ତି ଠାରୁ...

୧ ଲକ୍ଷ କ୍ଷତିପୂରଣ ଦେବ ଏୟାର ଇଣ୍ଡିଆ

କଟକ,୧୬ା୧୨(କାର୍ତ୍ତିକ ସାହୁ): ବିମାନସେବା ଯୋଗାଉଥିବା ଏୟାର ଇଣ୍ଡିଆକୁ କଟକ ଖାଉଟି ଅଦାଲତ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି। ଏଥିସହ ମାମଲା ପରିଚାଳନା...

ଇଲେକ୍ଟ୍ରିପୋଲ୍‌କୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌

ଖୋର୍ଦ୍ଧା,୧୬ା୧୨: ୫୭ ନଂ ରାଜପଥ ବାଘମାରୀ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌ । ଛୋଟ ପିଲା ସମେତ ୭ରୁ ୮ଜଣ ଯାତ୍ରୀ ଆହତ ହୋଇ ଖୋର୍ଦ୍ଧା...

ପିଲାଛୁଆଙ୍କୁ ଧରି ରାଜରାସ୍ତାରେ ଖଣି ଠିକା ଶ୍ରମିକ, ଯାନବାହନ ଚଳାଚଳ ବନ୍ଦ

ବରଗଡ଼,୧୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଡୁଙ୍ଗୁରି ଚୂନପଥର ଖଣିର ଠିକା ଶ୍ରମିକମାନେ ସୋମବାର ସକାଳୁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ୩ ଦଫା ଦାବି ନେଇ...

ଇଜିପ୍ଟ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଅଶ୍ୱିନୀ-ଅବନୀଙ୍କ କ୍ୟାରିକେଚର

ବଲାଙ୍ଗୀର,୧୬ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ଇଜିପ୍ଟର ଗିଜା ପ୍ରାନ୍ତରେ ଅବସ୍ଥିତ ପ୍ରସିଦ୍ଧ ଅହମଦ ସୌକି ମ୍ୟୁଜିୟମର କର୍ମା ଇବନ୍‌ ହେନୀ ସଂସ୍କୃତି କେନ୍ଦ୍ରଠାରେ ଆୟୋଜିତ ‘ସାଦି ଇନ୍‌...

ଧନୁ ସଂକ୍ରାନ୍ତି ପାଳନକୁ ନେଇ ଦ୍ୱନ୍ଦ୍ୱ

ପୁରୀ,୧୬ା୧୨(ଅଜିତ୍‌ କୁମାର ମହାନ୍ତି): ଚଳିତବର୍ଷ ପାଞ୍ଜି ଏବଂ କ୍ୟାଲେଣ୍ଡରରେ ଅନେକ ଗୁରୁତର ତ୍ରୁଟି ଓ ଦ୍ୱନ୍ଦ୍ୱ ରହିଛି। ଓଡ଼ିଶାରୁ ପ୍ରକାଶ ପାଉଥିବା ଏକାଧିକ ପାଞ୍ଜିର ଗଣନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri