
ଜୟପୁର,୧୦।୪(ପବନ ପାଣିଗ୍ରାହୀ): ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା କରିଥିବା ଅଭିଯୋଗରେ ଜୟପୁର ମହିଳା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବୈପାରୀଗୁଡ଼ା ପାଣ୍ଡିରପାଣି ଗ୍ରାମର ସୁରେନ୍ଦ୍ର ନାୟକ(୨୫)।
ମିଳିଥିବା ସୂଚନା ମୁତାବକ, ସୁରେନ୍ଦ୍ରଳ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖି ପରେ ପ୍ରତାରଣା କରିଥିବା ନେଇ ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଏକ ମାମଲା(ନଂ.୯୦/୨୪) ରୁଜୁ କରିଥିଲା। ଅଭିଯୁକ୍ତ ଫେରାର ଥିବା ବେଳେ ପାଣ୍ଡିରପାଣିରୁ ତାଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।