ବଲାଙ୍ଗୀର ଅଫିସ,୬।୧୨: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି । ସୋମବାର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଗୋବିନ୍ଦଙ୍କ ଜାମିନ ଆବେଦନର ଶୁଣାଣି ଥିଲା । ମାତ୍ର କୋର୍ଟ ଜାମିନ ଶୁଣାଣିର ତାରିଖ ଘୁଞ୍ଚାଇ ଦେଇଛନ୍ତି । ଗୋବିନ୍ଦଙ୍କ ଓକିଲ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଜାମିନ ନେଇ ଆବେଦନ କରିଥିଲେ । କୋର୍ଟ ସୋମବାର ଶୁଣାଣି ତାରିଖ ଧାର୍ଯ୍ୟ ରଖିଥିଲେ । ପୂର୍ବରୁ ବଙ୍ଗୋମୁଣ୍ଡା ଜେଏମ୍ଏଫସି କୋର୍ଟରେ ଜାମିନ ଖାରଜ ହୋଇଥିଲା ।