କଟାମୁଣ୍ଡ ଧରି ଗାଁ ବୁଲିଲା ଅଭିଯୁକ୍ତ ନାତି

ଟେନସା,୧।୭(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା କୋଇଡ଼ା କେ.ବଲାଙ୍ଗ ଥାନା ପୁରୁଣାପାଣି ଗାଁରେ ସୋମବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅଜାଙ୍କୁ ଅତି ନୃସଂଶ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ନାତି। ମୃତକ ହେଲେ ପୁରୁଣାପାଣି ଗ୍ରାମର ନୟମାନ ମୁଣ୍ଡା(୬୫)

ହତ୍ୟା ପରେ ଅଭିଯୁକ୍ତ ନାତି ସାଲମାନ ମୁଣ୍ଡା(୪୦) କଟା ମୁଣ୍ଡ ଧରି ଗାଁରେ ବୁଲିଥିଲେ। ସେତିକିବେଳେ ଗ୍ରାମବାସୀ ଅଭିଯୁକ୍ତ ସାଲମାନଙ୍କୁ ଧରି ପୋଲିସ ଜିମା ଦେଇଥିବା ଜଣାପଡିଛି। ପୋଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଗୁଣି ଗାରେଡ଼ି ସନ୍ଦେହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଏନେଇ କେ. ବଲାଙ୍ଗ ଥାନାରେ ଏକ ମାମଲା(ନଂ.୫୯/୨୦୨୪) ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା କେ.ବଲାଙ୍ଗ ଥାନା ଅଧିକାରୀ ସ୍ମୃତିରଞ୍ଜନ ନାୟକ ପ୍ରକାଶ କରିଛନ୍ତି।

Share