Categories: ଜାତୀୟ

ଅଭିଯୁକ୍ତଙ୍କର ଚୁପ ରହିବାର ସମ୍ପୂର୍ଣ୍ଣ ଅଧିକାର ଅଛି, ତାଙ୍କୁ କହିବାକୁ ବାଧ୍ୟ କରିହେବ ନାହିଁ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୫।୭ : ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତିମ୍‌ ଜଣେ ଅଭିଯୁକ୍ତର ନୀରବ ରହିବାର ସମସ୍ତ ଅଧିକାର ଅଛି ଏବଂ ଅନୁସନ୍ଧାନକାରୀମାନେ ତାଙ୍କୁ ନିଜ ଦୋଷ ସ୍ବୀକାର କରିବାକୁ ବାଧ୍ୟ କରିପାରିବେ ନାହିଁ। ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି ସମ୍ବିଧାନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ ହେବାକୁ ଆପତ୍ତି କରିବାର ଅଧିକାର ଦେଇଥାଏ। ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଦୀପଙ୍କର ଦତ୍ତ ଏହି ମାମଲାର ଶୁଣାଣି ବେଳେ ଏହି ରାୟ ଦେଇଛନ୍ତି।

ତଦନ୍ତରେ ସହଯୋଗ କରିବା ଅପରାଧ ସ୍ବୀକାର କରିବା ଅର୍ଥ ନୁହେଁ ବୋଲି ଉଭୟ ବିଚାରପତି କହିଛନ୍ତି। ପ୍ରଶ୍ନ ମଧ୍ୟ ଉଠାଯାଇଇଲା ସ୍‌ଅଭିଯୁକ୍ତ କାହିଁକି ଚୁପ ରହିପାରିବ ନାହିଁ? ବିଚାରପତି କହିଛନ୍ତି ଅନୁସନ୍ଧାନକାରୀ ସଂସ୍ଥା କେବଳ ଏଥିପାଇଁ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ କାରଣ ସେ ତଦନ୍ତ ସମୟରେ ଚୁପ ରହିଛନ୍ତି। ଏହି ଆଚରଣକୁ କିପରି ଅଣ-ସହଯୋଗ ବୋଲି କୁହାଯାଇପାରେ ବୋଲି ବିଚାରପତିମାନେ ପ୍ରଶ୍ନ କରିଛନ୍ତି। ଏହି ଅପରାଧିକ ମାମଲା ଉତ୍ତରପ୍ରଦେଶର, ଯାହା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।

ସର୍ବୋଚ୍ଚ ନ୍ୟାୟାଳୟ ସମ୍ବିଧାନର ଧାରା ୨୦(୩) କୁ ମଧ୍ୟ ସୂଚିତ କରିଛନ୍ତି। ଏହି ଧାରା ଅନୁଯାୟୀ ଜଣେ ଅଭିଯୁକ୍ତ ଅଧିକାର ପାଇଥାଏ ଯଦି ସେ ଚାହାଁନ୍ତି, ତେବେ ସେ ନିଜେ ଚାଲିଥିବା ଅପରାଧିକ ମାମଲାରେ ସାକ୍ଷୀ ହୋଇପାରିବେ ନାହିଁ ଏବଂ ସମଗ୍ର ଅନୁସନ୍ଧାନ ସମୟରେ ନୀରବ ରହିପାରିବେ ଏବଂ ପ୍ରତିରକ୍ଷା କଥା ନ କହି ମଧ୍ୟ ଚୁପ ରହିପାରିବେ। ସୁପ୍ରିମକୋର୍ଟ ଏହାକୁ ଏକ ମୌଳିକ ଅଧିକାର ବୋଲି କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ସନ୍ଦେହ ଭିତ୍ତିରେ ଯାଇ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ପ୍ରତିପକ୍ଷ ଆଇନଜୀବୀଙ୍କର କର୍ତ୍ତବ୍ୟ।

ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ ଦୋହରାଇଛନ୍ତି ଦୋଷୀ ପ୍ରମାଣିତ ନହେବା ପର୍ଯ୍ୟନ୍ତ ଅଭିଯୁକ୍ତ ନିର୍ଦ୍ଦୋଷ। ଏହି ମାମଲା ଯୌତୁକ ସମ୍ବନ୍ଧୀୟ। ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଡାକ୍ତର। ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ଦାୟର କରିଥିଲେ। ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଫେବୃଆରୀରେ ଗିରଫ ପୂର୍ବରୁ ଜାମିନ ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଥିଲେ। ତେବେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ମେ ମାସରେ ଗିରଫଦାରୀରୁ ସୁରକ୍ଷା ପ୍ରଦାନ କରିଥିଲେ। ଉକ୍ତ ଘଟଣାରେ ଅଭିଯୁକ୍ତ ସହଯୋଗ କରୁ ନ ଥିବା ମହିଳାଙ୍କ ଓକିଲ ଅଭିଯୋଗ କରଥିଲେ।

 

Share