୪ ଦିନିଆ ପୋଲିସ ରିମାଣ୍ଡରେ ଅଭିଯୁକ୍ତ

ବାଲେଶ୍ୱର ଅଫିସ, ୨୬।୨: ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌)ରୁ ଗୁପ୍ତ ତଥ୍ୟ ପାକିସ୍ତାନକୁ ଯୋଗାଇ ଗିରଫ ହୋଇଥିବା ବରିଷ୍ଠ ବୈଷୟିକ ଅଧିକାରୀ ବାବୁରାମ ଦେଙ୍କୁ ପୋଲିସ ୪ଦିନିଆ ରିମାଣ୍ଡରେ ନେଇଛି। ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସ ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ୪ଦିନ ପାଇଁ ଅନୁମତି ଦେଇଛନ୍ତି। ବାବୁରାମ ଦେ’ଙ୍କ ରିମାଣ୍ଡ ଅବଧି ଶନିବାରଠାରୁ ଆରମ୍ଭ ହୋଇ ଆସନ୍ତା ୨୮ ତାରିଖରେ ଶେଷ ହେବ ବୋଲି ଜଣାପଡିଛି। ଚାନ୍ଦିପୁର ଆଇଟିଆର୍‌ ଟେଲିମେଟ୍ରି ବିଭାଗର ଟେକ୍ନିକାଲ ଅଫିସର ଭାବେ କାର୍ଯ୍ୟ କରୁଥିବା ବାବୁରାମ (୫୧)ଙ୍କ ଘର ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ବାଗପୁଞ୍ଜି ଗ୍ରାମରେ। ସେ ହନିଟ୍ରାପରେ ଫସି ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି। ଅନ୍ୟପକ୍ଷରେ ବାବୁରାମଙ୍କ ଗିରଫଦାରି ଖବର ପ୍ରଚାର ହେବା ପରେ ତାଙ୍କ ପରିବାର, ସମ୍ପର୍କୀୟ ଓ ଗ୍ରାମବାସୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅତି ଗରିବ ପରିବାରରେ ଜନ୍ମିତ ବାବୁରାମ ବାଗପୁଞ୍ଜି ଶ୍ରୀଚୈତନ୍ୟଦେବ ହାଇସ୍କୁଲ୍‌ରେ ପାଠ ପଢୁଥିଲେ। ସେହି ସମୟରେ ଶିକ୍ଷକ ମୁରଲୀମୋହନ ତାଙ୍କୁ ପାଠପଢ଼ା ପାଇଁ ଆର୍ଥତ୍କ ସହାୟତା ଦେଇଥିବା ପ୍ରକାଶ କରିଛନ୍ତି। ସେହିପରି ତାଙ୍କ ସ୍କୁଲ ବେଳର ସାଙ୍ଗ ସୁଧାଂଶୁ ଶେଖର ପାତ୍ର ପିଲାବେଳୁ ଜଣେ ମେଧାବୀ ଛାତ୍ର ଥିବା ବାବୁରାମଙ୍କ ବିରୋଧରେ ଆସିଥିବା ଦେଶଦ୍ରୋହ ଅଭିଯୋଗ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ତାଙ୍କ ଗ୍ରାମର ଜଣେ ବାସିନ୍ଦା କହିଛନ୍ତି, ଚଳିତମାସ ପ୍ରାରମ୍ଭରେ ବାବୁରାମ ଗାଁର ଶିବ ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଗାଁରେ ପ୍ରାୟ ୪ ଦିନ ରହିବା ସହ ମନ୍ଦିରକୁ ୨୦ହଜାର ଟଙ୍କା ଦାନ କରିଥିଲେ। ସେହିପରି ଗାଁରେ ଏକ ପାଣିଟାଙ୍କି ବସାଇବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ବାବୁରାମ ଜଣେ ସରଳ ବ୍ୟକ୍ତି। ଏହା ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଦୁଇ ବଡ଼ଭାଇଙ୍କ କହିବାନୁସାରେ, ଦାରିଦ୍ର୍ୟକୁ ଖାତିର୍‌ ନ କରି ତାକୁ ଆମେ ପାଠ ପଢ଼ାଇଥିଲୁ। ଗାଁ ସ୍କୁଲ୍‌ରୁ ମାଟ୍ରିକ୍‌ ପାସ୍‌ ପରେ ବାଲେଶ୍ୱରରେ ଆଇଟିଆଇ ପାସ୍‌ କରିଥିଲେ। ପରେ ଆଇଟିଆର୍‌ରେ ଚାକିରି ପାଇଥିଲେ। ସେ ଆମ ପରିବାରର ସାହା ଓ ଭରସା। ଅତ୍ୟନ୍ତ ସରଳ ଓ ସାଧାରଣ ଜୀବନଯାପନ କରୁଥିବାବେଳେ ଏପରି ଅପବାଦକୁ ସହଜରେ ଗ୍ରହଣ କରିହେଉନି। ତାଙ୍କୁ ଫସାଇ ଦିଆଯାଇଥିବା ଅଭିଯୋଗ ଆଣି ନ୍ୟାୟ ବିଚାର ପାଇଁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗିରଫ ବାବୁରାମ ପାକିସ୍ତାନୀ ମହିଳାଙ୍କ ମାୟାଜାଲରେ ପଡ଼ି ଭିଡିଓ କଲ ମାଧ୍ୟମରେ ଆଇଟିଆର୍‌ର ଗୋପନୀୟ ତଥ୍ୟ ଦେଇଥିଲେ। ଚାନ୍ଦିପୁର ଥାନାରେ ମାମଲା (ନଂ. ୨୫/୨୩) ରୁଜୁ ହୋଇଥିଲା। ପୋଲିସ ଅଧିକ ତଦନ୍ତ କରିବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନୀ ଏଜେଣ୍ଟଙ୍କୁ ଦିଆଯାଇଥିବା ଜାଣିବାକୁ ପାଇଥିଲା। ପୋଲିସ ୧୪ ଜଣଙ୍କୁ ଜେରା ପରେ ବାବୁରାମଙ୍କ ମୋବାଇଲରୁ ସମ୍ବେଦନଶୀଳ ତଥ୍ୟ ଲିକ୍‌ ହୋଇଥିବା ଜାଣିବାକୁ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri