କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌

ସମ୍ବଲପୁର,୧୧ା୮(ବ୍ୟୁରୋ): ସମ୍ବଲପୁର କୋର୍ଟ ପରିସରରୁ ଗୁରୁବାର ସନ୍ଧ୍ୟାରେ ସୁନିଲ ନାଏକ ନାମକ ଜଣେ ଅଭିଯୁକ୍ତ ଚମ୍ପଟ୍‌ ମାରିଛନ୍ତି। ପୋଲିସ କର୍ମଚାରୀଙ୍କ ଅବହେଳା ଯୋଗୁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ଏ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ସୂଚନାଯୋଗ୍ୟ କତରବଗା ଥାନା ପୋଲିସ ଏକ ବାଇକ୍‌ ଚୋରି ମାମଲାରେ ସୁନିଲ ଓ ଅନ୍ୟ ୨ଜଣଙ୍କୁ ଗିରଫ କରିଥିଲା। ଗୁରୁବାର ଡାକ୍ତରୀ ମାଇନା ପରେ ସନ୍ଧ୍ୟାରେ ପୋଲିସ ୩ ଅଭିଯୁକ୍ତଙ୍କୁ ସମ୍ବଲପୁର କୋର୍ଟରେ ହାଜର କରିବାକୁ ଆଣିଥିଲା। କୋର୍ଟରେ ହାଜର ହେବା ଆଗରୁ ସୁନିଲ ଚମ୍ପଟ୍‌ ମାରିଥିଲେ। ଅନ୍ୟ ୨ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି।

Share