Categories: ଜାତୀୟ

ସ୍ବାତୀ ମାଲିଓ୍ବାଲଙ୍କୁ ମାଡ ମାରିବା ଘଟଣା: ବୈଭବ କୁମାରଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୧୮।୫: ଆମ ଆଦମୀ ପାର୍ଟିର ବିବାଦ ଦିନକୁ ଦିନ ଅଡୁଆ ସୂତାରେ ଛନ୍ଦି ହେବାରେ ଲାଗିଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସମେତ ଏଏପି ଦଳର ମୁଣ୍ଡବିନ୍ଧାର କାରଣ ସାଜିଛି। ତେବେ ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଏପିର ରାଜ୍ୟ ସଭା ଏମପି ସ୍ବାତୀ ମାଲିଓ୍ବାଲଙ୍କୁ ମାଡ ମାରିବା ଘଟଣାରେ ବିାଦ ଘେରରେ ଥିବା କେଜରିଓ୍ବାଲଙ୍କ PA ବୈଭବ କୁମାରଙ୍କୁ ପୋଲିସ ହେପାଜତକୁ ନେଇଛି।

ସୂଚନାଥାଉ କି, ସ୍ବାତୀ, ବୈଭବଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲେ। ଯେଉଁଥିରେ ତାଙ୍କୁ କେଜରିଓ୍ବାଲଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କ PA ର୍ଦୁବ୍ୟବହାର କରିଥିବା ଦର୍ଶାଇଥିଲେ। ସ୍ବାତୀଙ୍କ ଛାତି, ପେଟରେ ଗଭୀର ଆଘାତ ଆସିଥିବା ସେ ଏଫଆଇଆରରେ କହିଛନ୍ତି। ଯାହାକୁ ନେଇ ଜାତୀୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି।

Share