ସୁରକ୍ଷାକର୍ମୀଙ୍କୁ ପୁଣି ମାଡ଼ ଅଭିଯୋଗ

ସମ୍ବଲପୁର,୭ା୨(ବ୍ୟୁରୋ): ସମ୍ବଲପୁର ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥା ଏଆଇପିଏଲ୍‌ ପୂର୍ବରୁ ବାଉନ୍‌ସର ଲଗାଇ ଡ୍ରାଇଭରମାନଙ୍କୁ ମାଡ ମାରିଥିବା ଅଭିଯୋଗକ୍ରମେ ଯୁଯୁମୁରା ଥାନାରେ ମାମଲା ରୁଜୁ ହୋଇଥିଲା। ଏବେ ଘରୋଇ ସୁରକ୍ଷାକର୍ମୀଙ୍କୁ ପୁଣି ବାଉନ୍‌ସର ଲଗାଇ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସୁରକ୍ଷାକର୍ମୀ ହିମାଂଶୁ ଶେଖର ସାହୁ, ସୁନିଲ କୁମାର ସାହୁଙ୍କୁ ମାଡ଼ ମରାଯାଇଥିବା ବେଳେ ତାଙ୍କ ସହକର୍ମିମାନେ ଥାନାରେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ କ୍ରମେ ଗତ ୪ ତାରିଖରେ ନସ୍କାପାଲି ନିକଟରେ ରାତିରେ ଡ୍ୟୁଟିରେ ଥିଲେ। ସେ ସମୟରେ ଦୁଇଜଣଙ୍କ ଭିତରୁ ଜଣେ ଶୋଇ ପଡିଥିଲେ। ସେ ସମୟରେ କମ୍ପାନୀର ବାଉନ୍‌ସର ଓ କର୍ମଚାରୀ ଯାଇ ଶୋଇଥିବା ସମୟର ଫଟୋ ଉତ୍ତୋଳନ କରିଥିଲେ। ପରଦିନ ସକାଳେ ଗଡଗଡବାହାଲସ୍ଥିତ କ୍ୟାମ୍ପରେ ଚୋରି କରୁଥିବା ଅଭିଯୋଗ ଆଣି ମାଡ଼ ମାରିଥିଲେ। ଘଟଣାସ୍ଥଳକୁ ନେଇ ମଧ୍ୟ ସେମାନେ ମାଡ଼ ମାରିଥିଲେ। ଜୀବନ ବିପଦରେ ରହିଛି ବୋଲି ସେମାନେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଶୁଣିବା ପରେ ତାଙ୍କ ସୁପରଭାଇଜରଙ୍କୁ ଡାକିବାକୁ କହିଥିଲେ। ହେଲେ ଖବର ଲେଖାହେବା ପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ଅଭିଯୋଗ ହୋଇ ନାହିଁ ଓ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିଥିବା ସୁପରଭାଇଜର ନ ଆସିବାରୁ ମାମଲା ରୁଜୁ ହୋଇ ନାହିଁ ବୋଲି ଥାନା ଅଧିକାରୀ ରାଜକୁମାର ବିଶ୍ୱାଳ କହିଛନ୍ତି। ଅନ୍ୟପଟେ ଚୋରି ଅଭିଯୋଗ କରି ପ୍ରମାଣିତ କରିବା ପାଇଁ କମ୍ପାନୀର କର୍ମଚାରୀମାନେ କରିଥିବା ଷଡଯନ୍ତ୍ର ଉପରେ ବୟାନ ଦେଇଛନ୍ତି କମ୍ପାନୀର ଜଣେ ଡ୍ରାଇଭର। ସେ କହିଛନ୍ତି, କୌଣସି ସାମଗ୍ରୀ ଚୋରି ହୋଇନାହିଁ। ଚୋରି ମାମଲାରେ ଫସାଇବାକୁ ଘଟଣାସ୍ଥଳ ନକ୍ସାପାଲିକୁ ନିଆଯାଇଥିଲା। ଉଭୟଙ୍କୁ ଗୁଡିରୁ ଓହ୍ଲାଇଦେଇ ରାସ୍ତାକଡରେ ଥିବା ବସ୍ତା ଉଠାଇବାକୁ ବାଉନ୍‌ସର ଓ କର୍ମଚାରୀମାନେ କହିଥିଲେ। ସେମାନେ ବସ୍ତା ଉଠାଇବା ସମୟରେ ମୋବାଇଲରେ ଫଟୋ ଉଠାଇଥିଲେ। ଏହି ଘଟଣା ମଧ୍ୟାହ୍ନ ପ୍ରାୟ ୧୨ଟାରେ ହୋଇଥିଲା । ସୁରକ୍ଷା କର୍ମୀମନେ ଚୋରି କରି ନାହାନ୍ତି ବୋଲି ସେ କହିଥିଲେ। ଘଟଣା ସମ୍ପର୍କରେ କମ୍ପାନୀ ଅଧିକାରୀ ଗୌରବ ଦାସ କହିଛନ୍ତି, ଚୋରି ଅଭିଯୋଗକୁ ନେଇ ସେମାନଙ୍କୁ ଅଟକ ରଖାଯାଇଥିଲା। ହେଲେ କୌଣସି ମାରପିଟ କରାଯାଇ ନ ଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ିଲାଣି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀ: ଏକାଠୀ ହେଲେ ୩ ଗ୍ରାମର ବାସିନ୍ଦା

ଛତ୍ରପୁର,୧୮ା୧୦ (ଦିଲ୍ଲୀପ ସାମଲ): ଜଳବାୟୁ ପରିବର୍ତ୍ତନ ହେତୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ସମୁଦ୍ର କୂଳ ଦିନକୁ ଦିନ ଲଙ୍ଘୁଥିବାରୁ ଗଞ୍ଜାମ ଜିଲାର...

ଶ୍ରୀମନ୍ଦିରରେ ସେବାୟତଙ୍କୁ ହାଣିଲେ ଦୁର୍ବୃତ୍ତ, ରକ୍ତ ଜୁଡୁବୁଡୁ ହୋଇ…

ପୁରୀ,୧୮ା୧୦(ଅଜିତ୍‌ କୁମାର ମହାନ୍ତି): କିଛିଦିନର ବ୍ୟବଧାନ ପରେ ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କ ଦେଖିବାକୁ ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର...

ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ବିଚାରାଧୀନ ବନ୍ଦୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ...

ଜମି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଆହତ

ବାଲିପାଟଣା,୧୮।୧୦: ବାଲିପାଟଣା ଥାନା ଅଧୀନ ଶ୍ରୀରାମପୁର ଗାଁରେ ଶୁକ୍ରବାର ଏକ ସଂଘର୍ଷ ଘଟିଛି। ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି...

ଘରୋଇ ହସ୍ପିଟାଲ ନାଁରେ ଅଙ୍ଗ ଚୋରି ଅଭିଯୋଗ: କବରତଳୁ କଢ଼ାହେଲା ମୃତଦେବ 

କଟକ,୧୮।୧୦: କଟକର ଏକ ଘରୋଇ ହସ୍ପିଟାଲ ବିରୋଧରେ ଅଙ୍ଗ ଚୋରି ଅଭିଯୋଗ ହୋଇଛି। କନ୍ଧମାଳ ବାଲିଗୁଡାର ବାବୁଲା ଦିଗାଲଙ୍କ ଅଙ୍ଗ ଚୋରି ହୋଇଥିବା ନେଇ ତାଙ୍କ...

କଟକରେ ଭାଙ୍ଗିଲା ତୋରଣ: ଚାପି ହୋଇଗଲା କାର୍‌, ବାଇକ୍‌

କଟକ,୧୮।୧୦(ଶିଳ୍ପା ପ୍ରିୟଦର୍ଶିନୀ): କଟକ ନେତାଜୀ ବସ୍‌ ଟର୍ମିନାଲ ନିକଟରେ ଏକ ଅଘଟଣ ଘଟିଛି। ଖପୁରିଆ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ନିର୍ମାଣ ହୋଇଥିବା ଲାଇଟ...

ହିଞ୍ଜିଳିରେ ତେଜିଲା ରାଜନୈତିକ ହିଂସା: ସମିତି ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ

ହିଞ୍ଜିଳିକାଟୁ ,୧୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବ୍ଲକ ତଥା ବେଲଗାଁ ଥାନା ଅନ୍ତର୍ଗତ ଦୟାପଲ୍ଲୀ ପଞ୍ଚାୟତରେ ଶୁକ୍ରବାର ରାଜନୈତିକ ହିଂସା ଦେଖା ଦେଇଛି। ସମିତି ସଭ୍ୟ ଇପିଲି...

ଛୁଟି ପରେ ଖୋଲିଲା ସ୍କୁଲ: ହେଲେ ୫ଦିନ ହେଲା ଜାରିରହିଛି ଧାରଣା, ରାସ୍ତାରେ ବସିଲେ ଛାତ୍ରୀଛାତ୍ର

କେସିଙ୍ଗା,୧୮ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସିସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ ବାଲସି(କ)ର ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ରାଉତଙ୍କୁ ଶିକ୍ଷା କମିଟି ଯୋଗଦାନ କରାଇଦେବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri