Advertisement

ଡକାୟତି ମାମଲାରେ ଫେରାର ଅଭିଯୁକ୍ତ ଗିରଫ

ଜୟପୁର, ୨୧।୭(ପବନ ପାଣଗ୍ରାହୀ): ଡକାୟତି ମାମଲାରେ ଫେରାର ଅଭିଯୁକ୍ତଙ୍କୁ ଜୟପୁର ସଦର ପୋଲିସ ଗିରଫ କରିଛି। ସେ ହେଲେ ଦାମାଗୁଡ଼ାର ସନ୍ତୋଷ ଖିଲ (୨୮)। ସନ୍ତୋଷଙ୍କ ନାମରେ ଜୟପୁର ସଦର ଥାନାରେ ଅନେକ ଅପରାଧିକ ମାମଲା ରହିଥିଲା। ୨୦୨୨ରେ ଏକ ଡକାୟତି ମାମଲା ହେବ ପରଠାରୁ ସନ୍ତୋଷ ସେବେଠାରୁ ଫେରାର ଥିଲେ। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସଦର ଥାନାଧିକାରୀ ଈଶ୍ୱର ତାଣ୍ଡି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel