ଟିଟିଲାଗଡ଼,୭।୨(ଡି.ଏନ୍.ଏ.): ଥାନାରେ ମହିଳା ଅନ୍ତେବାସୀଙ୍କ ସହ ଶାରୀରିକ ସମ୍ପର୍କ ରଖି ପରେ ବିବାହ କରିବାକୁ ମନା କରିଦେଲେ ଅଭିଯୁକ୍ତ। ଏଭଳି ଏକ ଚାଞ୍ଚଲ୍ୟକର ଖବର ଆସିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନାରୁ। ମହିଳା ଜଣକ ଶନିବାର ବିଳମ୍ବିତ ରାତିରେ ଏଭଳି ଅଭିଯୋଗ ଆଣିଛନ୍ତି। ପରେ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି।
ସୂଚନାଯୋଗ୍ୟ, ଉଭୟ ମହିଳା ଓ ପୁରୁଷ ଥାନାରେ ଅଟକ ଥିବା ବେଳେ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ିଉଠିଥିଲା। ପୁରୁଷ ଜଣଙ୍କ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ମହିଳାଙ୍କୁ ଥାନାରୁ ମୁକ୍ତି ମିଳିଥିଲା। ଶନିବାର ସେ ସମ୍ପୃକ୍ତ ପୁରୁଷଙ୍କୁ ଭେଟିବାକୁ ଥାନାକୁ ଆସିଥିଲେ। କିନ୍ତୁ ଅଭିଯୁକ୍ତ ତାଙ୍କୁ ବିବାହ କରିବେ ନାହିଁ ଏବଂ କାହିଁକି ସେ ଏତେଥର ତାଙ୍କ ପାଖକୁ ଆସୁଛନ୍ତି ବୋଲି ପ୍ରଶ୍ନ ପଚାରିଥିଲେ। ପରେ ମହିଳା ଜଣକ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି।
Posted inଆମ ଜିଲା ଖବର, ବଲାଙ୍ଗୀର