Advertisement

ଡମ୍ପର ଚଢ଼ାଇ ୨ ଜଣଙ୍କୁ ହତ୍ୟା ଅଭିଯୋଗ

କେନ୍ଦୁଝର/ଆନନ୍ଦପୁର,୧୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ/ସୁଶାନ୍ତ ସାହୁ): କେନ୍ଦୁଝର ଜିଲା ଘଷିପୁରା ଥାନା ନଦିଆଁ ଗ୍ରାମରେ ରବିବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ଡମ୍ପର ଚଢ଼ାଇ ଜଣେ ବୃଦ୍ଧା ଓ ଜଣେ ମହିଳାଙ୍କୁ ହତ୍ୟା କରିବା ଅଭିଯୋଗ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୃତକଙ୍କ ନାମ ଉକ୍ତ ଗ୍ରାମର ପାଣୁ ପୃଷ୍ଟି ଓ ସଞ୍ଜୁ ପଲେଇ ବୋଲି ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟାଇଥିବା କୁହାଯାଉଛି। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଚାପା ଉତ୍ତେଜନା ପରିସ୍ଥିତି ଲାଗି ରହିଛି।

ଗ୍ରାମବାସୀ ଅଭିଯୁକ୍ତ ଡ୍ରାଇଭର ଭଞ୍ଜ ପୃଷ୍ଟିଙ୍କୁ ଧରି ପୋଲିସ ଜିମା ଦେଇଥିବାବେଳେ ପୋଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି। ଘଟଣା ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ହେଁ ପୂର୍ବରୁ ଭଞ୍ଜଙ୍କ ସହିତ ପାଣୁଙ୍କ ବିବାଦ ଥିଲା। ତାଙ୍କୁ ଓ ତାଙ୍କ ଘରକୁ ଗାଡ଼ି ଚପାଇ ଦେବାକୁ ଧମକ ଦେଇ ଆସୁଥିଲେ। ଆଜି ପୁଣି ଝଗଡ଼ା ହେବାରୁ ଉତ୍‌କ୍ଷିପ୍ତ ହୋଇ ଏଭଳି କାଣ୍ଡ ଭିଆଇଥିବା ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି। ଏନେଇ ଘଷିପୁରା ଥାନାଧିକାରୀ ରମାକାନ୍ତ ସଏ କହିଛନ୍ତି ଯେ, ଚାଳକଙ୍କୁ ଅଟକ ରଖାଯାଇଛି। ଏତଲା ମିଳିବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: dumpermurder