Categories: ଜାତୀୟ

ମହିଳା ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟା ଅଭିଯୁକ୍ତର ଚାଞ୍ଚଲ୍ୟକର ବୟାନ୍‌

କୋଲକାତା, ୧୩।୦୮: ରାଜଧାନୀ କୋଲକତାର ଆର୍‌ଜି କର ହସ୍ପିଟାଲ୍‌ରେ ଘଟିଥିବା ଲୋମହର୍ଷଣକାରୀ ମହିଳା ଟ୍ରେନି ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ୍‌ । ଅଭିଯୁକ୍ତର ନାମ ସଞ୍ଜୟ ରୟ ହୋଇଥିବା ବେଳେ ସେ ପଶ୍ଚିମବଙ୍ଗ ପୋଲିସ୍‌ରେ ଭଲ୍ୟୁଣ୍ଟିୟର ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ସିସିଟିଭି ଆଧାରରେ ଅଭିଯୁକ୍ତକୁ ଗିରଫ ପରେ ପୋଲିସ୍‌ ଆଗରେ ସେ ତାର ଦୋଷ ସ଼୍ବୀକାର କରିଛି । ଶନିବାର ପଚରାଉଚରା ବେଳେ ସେ ମୋତେ ଫାଶୀ ଦେଇ ଦିଅ ବୋଲି ପୋଲିସ୍‌ ଆଗରେ କହିଥିବା ଜଣାପଡ଼ିଛି ।

ଏଥିସହିତ ଟ୍ରେନି ଡାକ୍ତରଙ୍କୁ ହତ୍ୟା ପୂର୍ବରୁ ସେ ଅତି ନୃଶଂସ ଭାବେ ନିର୍ଯ୍ୟାତନା ଦେଇଥିବା କଥାକୁ ସ଼୍ବାକାର କରିଛି । ଅଭିଯୁକ୍ତ ଜଣକ ତାର ମାଆ, ଭଉଣୀ ଏବଂ ସ୍ତ୍ରୀ ସମେତ ମହିଳାଙ୍କୁ ଖରାପ ବ୍ୟବହାର କରୁଥିବା ମାନିଛି । ନିଜ ସ୍ତ୍ରୀକୁ ଶାରୀରିକ ନିର୍ଯ୍ୟାତନା ଦେଉଥିବା ନେଇ କାଳିଘାଟ ଥାନାରେ ଅଭିଯୁକ୍ତର ଶାଶୁ ପୂର୍ବରୁ ଏକ ମାମଲା ଦାଏର କରିଥିବା ଜଣାପଡ଼ିଛି ।

ତେବେ ପୋଲିସ୍‌ ଅଭିଯୁକ୍ତର ମୋବାଇଲ୍‌ ଫୋନ୍‌ ଜବତ କରି ଏଥିରୁ ଗୁରୁତ଼୍ବପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ଚେଷ୍ଟା ଚଳାଇଛି । ଏଥିସହିତ କିିଛି ଡାକ୍ତରଙ୍କୁ ଏହି ଘଟଣାକୁ ନେଇ ପଚରାଉଚରା କରୁଥିବା ବେଳେ ପୋଲିସ୍‌ ଉକ୍ତ ଡାକ୍ତରଖାନାରେ ନିୟୋଜିତ ୫ ଜଣ ପୋଲିସଙ୍କ ଠାରୁ ମଧ୍ୟ ତଥ୍ୟ ସଂଗ୍ରହ କରିଛି।

Share