ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ

ରାଜଗାଙ୍ଗପୁର, ୬।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ପୌରାଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ସୋମବାର ସନ୍ଧ୍ୟାରେ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ପୌରାଞ୍ଚଳରେ ପରିବାର ସହିତ ବାସ କରୁଥିବା ନାବାଳିକା (୧୭) ଏକ ବାହାଘରକୁ ଯିବା ପାଇଁ ଗତ ୧ ତାରିଖ ରାତିରେ ଜଣେ ବନ୍ଧୁଙ୍କ ସହ ଘର ପାଖରେ କଥାବାର୍ତ୍ତା କରୁଥିଲେ। ଏହି ସମୟରେ ୩ଜଣ ଯୁବକ ପହଞ୍ଚତ୍ ନାବାଳିକାଙ୍କ ପାଟି ବନ୍ଦକରି ଜୋରଜବରଦସ୍ତି ଉଠାଇନେଇ କିଛି ଦୂରରେ ଥିବା ଏକ ଭଙ୍ଗା ଘରେ ଗଣବଳାତ୍କାର କରିଥିଲେ। ଏହି ଘଟଣା ପ୍ରକାଶ ନ କରିବା ପାଇଁ ଧମକ ଦେଇଥିଲେ। ନାବାଳିକା ଜଣଙ୍କ ଘରକୁ ଫେରି ସବୁ ଘଟଣା ପ୍ରକାଶ କରିଥିଲେ। ପରିବାର ଲୋକ ସମ୍ପର୍କୀୟମାନଙ୍କ ସହ ଆଲୋଚନା କରିବା ପରେ ରାଜଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନାବାଳିକାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଛି।

Share