Categories: ଜାତୀୟ

ଜେଲରେ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ପସନ୍ଦ ଆସିଲାନି ରୁଟି-ତରକାରୀ, ଡିମାଣ୍ଡ କଲେ ଏହି ଖାଇବା, ଯାହାକୁ ଶୁଣି…

କୋଲକାତା,୩୧।୮: କୋଲକାତା ଆର୍‌.ଜି କର ହସ୍ପିଟାଲ ମହିଳା ଟ୍ରେନିି ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲାରେ ସିବିଆଇ ତଦନ୍ତ କରୁଛି। ଶୁକ୍ରବାର ସିବିଆଇ ଟିମ କୋଲକାତାର ଆର୍‌.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ପଚରାଉଚରା କରିଛି। ସନ୍ଦୀପ ଘୋଷଙ୍କ କ୍ରମାଗତ ୧୪ ଦିନ ଧରି ସିବିଆଇ ପଚରାଉଚରା କରିଛି। ଅନ୍ୟପଟେ, ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଏବେ ଜେଲରେ ଅଛନ୍ତି।

ଜେଲ ସୂତ୍ର ଅନୁଯାୟୀ, ଅଭିଯୁକ୍ତଙ୍କୁ ଜେଲରେ ଦିଆଯାଉଥିବା ଖାଦ୍ୟକୁ ପସନ୍ଦ କରୁନାହାନ୍ତି। ସଞ୍ଜୟ ଜଣେ ଜେଲ କର୍ମଚାରୀଙ୍କୁ ପଚାରିଥିଲେ ଆଜି ରାତିରେ ଖାଇବା କଣ? ଉତ୍ତରରେ କର୍ମଚାରୀ ଜଣଙ୍କ କହିଲେ ରୁଟି ଆଉ ତରକାରୀ। ଯାହାକୁ ଶୁଣି ସଞ୍ଜୟ ରୟ ନିଜର କ୍ରୋଧ ପ୍ରକାଶ କରିଥିଲେ ଏବଂ ତାଙ୍କୁ ରାତିରେ ଅଣ୍ଡା ଚାଉମିନ ଖାଇବାକୁ ଦିଆଯିବାକୁ ସେ ଦାବି କରଥିଲେ। ତେବେ ଜେଲ ନିୟମ ଅନୁଯାୟୀ ସମସ୍ତ ବନ୍ଦୀଙ୍କୁ ସେମାନଙ୍କ ପାଇଁ ପ୍ରସ୍ତୁତ ସମାନ ଖାଦ୍ୟ ଖାଇବାକୁ ପଡ଼ିବ। ତେଣୁ ସଞ୍ଜୟଙ୍କୁ ମଧ୍ୟ ସେହି ରୁଟି, ତରକାରୀ ଦିଆଗଲା। ହେଲେ ଏଥିରେ ସେ ରାଗି ଯାଇ ଜେଲ କର୍ମଚାରୀଙ୍କ ଗାଳିଗୁଲଜ କରିଥିଲେ। ଆଉ ପରେ ସେ ଖାଦ୍ୟ ଖାଇଥିଲେ।

ଅଗଷ୍ଟ ୮ ତାରିଖ ରାତିରେ ଅଭିଯୁକ୍ତ ସଞ୍ଜୟ ରୟ କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଡାକ୍ତରମାନେ ଧର୍ମଘଟ କରି ଡାକ୍ତରଙ୍କ ସୁରକ୍ଷା ଦାବି କରୁଛନ୍ତି।

 

Share