Categories: ଜାତୀୟ

ଅଭିଯୁକ୍ତ ସଞ୍ଜୟଙ୍କ ଭଉଣୀ ଦେଲେ ବଡ଼ ବୟାନ, ଯଦି ସେ ଭୁଲ କରିଛନ୍ତି…

କୋଲକାତା,୨୪।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ନିର୍ଦ୍ଦୟ ବଳାତ୍କାର ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ସିବିଆଇ କଡା ନଜର ରଖିଛି। ଆଜି ତାଙ୍କର ପଲିଗ୍ରାଫ ଟେଷ୍ଟ ହେଉଛି। ତେବେ ଏସବୁ ଘଟଣା ଭିତରେ ସଞ୍ଜୟଙ୍କ ଭଉଣୀଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ସେ ସାଧାରଣ ଥିଲେ ଏବଂ ସେ ଏପରି କାମ କରି ନ ଥିବେ।

ମୁଁ ତାଙ୍କୁ ଦୀର୍ଘ ସମୟ ଧରି ଦେଖି ନାହିଁ, ତେଣୁ ସେ କିପରି ଏପରି ଅପରାଧ କରିପାରିବେ ମୁଁ ବୁଝିପାରୁ ନାହିଁ। ସେ ବହୁତ ସାଧାରଣ ଥିଲେ; ସେ ସେପରି କିଛି କରିପାରିବେ ନାହିଁ। କିନ୍ତୁ ଯଦି ସେ ଏପରି ଭୁଲ କରିଛନ୍ତି ତେବେ ସରକାର ଉଚିତ ପଦକ୍ଷେପ ନିଅନ୍ତୁ।

ସୂଚନାଥାଉ କି, କୋଲକାତାର ଏକ ସ୍ବତନ୍ତ୍ର କୋର୍ଟ ରୟଙ୍କ ଉପରେ ପଲିଗ୍ରାଫ ପରୀକ୍ଷା କରିବାକୁ ଅନୁମତି ଦେଇଛନ୍ତି। ପୂର୍ବତନ ମେଡିକାଲ କଲେଜ ପ୍ରିନ୍ସପାଲ ସନ୍ଦୀପ ଘୋଷ ଏବଂ ଅନ୍ୟ ଚାରିଜଣ ଡାକ୍ତରଙ୍କ ପାଇଁ ଲାଏ ଡିଟେକ୍ଟର ଟେଷ୍ଟକୁ ମଧ୍ୟ କୋର୍ଟ ଅନୁମୋଦନ କରିଛନ୍ତି।

Share