ଛତ୍ରପୁର,୧୨।୫(ଡି.ଏନ.ଏ.): ଗଞ୍ଜାମ ଜିଲା ଅଧୀନ ଗଞ୍ଜାମ ବ୍ଲକର ମାଳି ଜଗନ୍ନାଥପୁର ଗାଁରେ ହୋଇଥିବା ଏକ ବଳାତ୍କାର ମାମଲାରେ ଶୁକ୍ରବାର ଛତ୍ରପୁର ଏଡିଜେ ମନୋରଞ୍ଜନ ଦାଶ ଶୁଣାଣି କରି ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ତେବେ ଜରିମାନା ଅନାଦେୟ ହେଲେ ଅତିରିକ୍ତ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ଅଭିଯୁକ୍ତ ଜଣଙ୍କ ହେଲେ ମାଳି ଜଗନ୍ନାଥପୁର ଗାଁର ସୁଦର୍ଶନ ମହାପାତ୍ର। ସରକାରଙ୍କ ପକ୍ଷରୁ ଓକିଲ ଡମିନାଥ ସାହୁ ମାମଲା ପରିଚାଳନା କରୁଥିଲେ। ସୂଚନାଯୋଗ୍ୟ, ସେହି ଗାଁର ଯୁବତୀଙ୍କୁ ସୁଦର୍ଶନ ବଳାତ୍କାର କରିଥିବା ନେଇ ଥାନାରେ ୨୦୧୮ ମେ’ ୫ ତାରିଖରେ ଏତଲା ହୋଇଥିଲା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା