Categories: Uncategorized

୧୯ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ଜେଲ୍‌ ଦଣ୍ଡାଦେଶ ସହ ଜୋରିମାନା

ବାଲିଗୁଡା: ୦୭/୦୨: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଏସଡିଜେଏମ କୋର୍ଟ ଏକ ୧୯ ବର୍ଷୀୟା ଯୁବତୀକୁ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତ ଯୁବକ ବୁନୁ ଦିଗାଲକୁ ବିଭିନ୍ନ ଦଫାରେ ୪ବର୍ଷ ୧୦ ମାସ ସଶ୍ରମ କାରାଦଣ୍ଡା ଦେଶ ସହିତ ୩ ହଜାର ୫୦୦ ଟଙ୍କା ଜରିମାନା କରିଛନ୍ତି।

ସୂଚନାଯୋଗ୍ୟ ଗତ ୨୦୨୩ ମସିହା ସେପ୍ଟେମ୍ବର ମାସ ୨୯ ତାରିଖ ଦିନ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ଥାନା ଅଞ୍ଚଳରେ ଜଣେ ୧୯ ବର୍ଷୀୟା ଯୁବତୀ ନିଜ ଘରୁ ବାହାରି ନିକଟସ୍ଥ ଏକ ସିଲେଇ କେନ୍ଦ୍ରକୁ ସିଲେଇ କରିବାକୁ ଏକୁଟିଆ ଯାଉଥିବା ସମୟରେ ନିକଟସ୍ଥ ଗ୍ରାମର ବୁନୁ ଦିଗାଲ ନାମକ ଜୈନକ ଯୁବକ ଜୋର ଜବରଦସ୍ତ ଉଠାଇନେଇ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଥିବା ଏକ ଗଛରେ ବାନ୍ଧି ଡ୍ରେସ ଚିରା ଚିରି କରି ବଳପୂର୍ବକ ବଳାତ୍କାର କରିବା ସହ ମୋବାଇଲରେ ନଗ୍ନ ଫୋଟୋ ଉଠାଇ ଏହି ବିଷୟ କାହାକୁ କିଛି ନ କହିବା ପାଇଁ ଧମକ ଚମକ ମଧ୍ୟ ଦେଇଥିଲେ।

ତେବେ ଯୁବତୀ ଜଣକ ସୁଯୋଗ ଦେଖି ଘଟଣା ସ୍ଥଳରୁ ଖସି ଆସି ନିଜ ଘରେ ପହଞ୍ଚି ପରିବାର ଆଗରେ ସମସ୍ତ ବିଷୟ କହିବା ପରେ ପରିବାର ପକ୍ଷରୁ ଯୁବତୀ ଜଣକ କ.ନୂଆଗାଁ ଥାନାରେ ଏକ ଏତଲା ଦାଏର କରିଥିଲେ। ଏତଲା କୁ ଭିର୍ତ୍ତି କରି କ. ନୂଆଗାଁ ଥାନା ଅଧିକାରୀ ଏକ ମାମଲା କେଶ ନଂ ୧୩୧/୨୩ ପ୍ରକାରେ ରୁଜୁ କରି ଅଭିଯୁକ୍ତ ବୁନୁ ଦିଗାଲ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏ ସବୁ କୁ ବାଲିଗୁଡା ଏସଡିଜେଏମ କୋର୍ଟର ବିଚାରପତି ସୋନାଲି ସରିତା ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସିପି ସୌରଭ କୁମାର ଦାସ ମାମଲାଟିକୁ ପରିଚାଳନା କରିଥିଲେ।