ଉମରକୋଟ, ୨୧।୮(ସ୍ବ.ପ୍ର.): ପୂର୍ବ ଶତ୍ରୁତାକୁ ନେଇ ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ରବିବାର ଜଣଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ଓ ଦାଦା ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ଘଟଣାରେ ମୃତକଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଥାନାରେ ଆତ୍ମସମର୍ପଣ କରିଛନ୍ତି। ମୃତକ ହେଲେ ଉମରକୋଟ ସହର ୧ ନଂ. ୱାର୍ଡ ଦର୍ଗାଗୁଡା ଗ୍ରାମର ସମଦାସ ପୂଜାରୀ। ଅଭିଯୁକ୍ତମାନେ ହେଲେ ସମଦାସଙ୍କ ସମ୍ପର୍କୀୟ ଭାଇ ତୁଳାରାମ ପୂଜାରୀ, ଚନ୍ଦନ ପୂଜାରୀ, ଦେବେନ୍ଦ୍ର ପୂଜାରୀ ଓ ଦାଦା ଅର୍ଜୁନ ପୂଜାରୀ। ପୋଲିସ ଏକ ମାମଲା (ନଂ.୩୧୧/୨୨) ରୁଜୁ କରି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ଦୀପକ କୁମାର ଜେନା କହିଛନ୍ତି