Advertisement

ଘରେ ପଶି ମହିଳାଙ୍କୁ ବଳାତ୍କାର: ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧ା୧୦: ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଅଙ୍ଗଦ ମଳିକଙ୍କୁ ପୋଲିସ ଗୁରୁବାର ବ୍ରହ୍ମପୁର ଜିଲା ଦୌରା ଜଜ୍‌ କୋର୍ଟକୁ ଚାଲାଣ କରିଛି। କେସ୍‌ ନଂ.୨୧୫/୨୦ ଦଫା – ୪୫୭/୩୭୬(ଆଇ) ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ପୀଡ଼ିତା ଏବଂ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯାଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏସ୍‌ଆଇ ମାଧବ ଚନ୍ଦ୍ର ଟାକରି କହିଛନ୍ତି। ମହିଳାଙ୍କ ସ୍ବାମୀ ଗୁଜରାଟରେ କାମ କରୁଥିବାରୁ ଏହାର ସୁଯୋଗ ନେଇ ଅଙ୍ଗଦ ଗତ ୧୫ ତାରିଖ ରାତିରେ ମହିଳାଙ୍କ ଘରେ ପଶି ବଳାତ୍କାର କରିଥିଲେ। ମହିଳାଙ୍କ ପାଟି ଶୁଣି ତାଙ୍କ ଶ୍ବଶୁର,ଦେଡ଼ଶୁର ନିଦରୁ ଉଠି ଅଙ୍ଗଦଙ୍କୁ କାବୁ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେ କୌଶଳକ୍ରମେ ଖସି ଯାଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share