Posted inଜାତୀୟ

BSP ଅଧ୍ୟକ୍ଷ ଆର୍ମଷ୍ଟ୍ରଙ୍ଗଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ନିହତ

ଚେନ୍ନାଇ,୧୪।୭: ତାମିଲନାଡୁରେ ବହୁଜନ ସମାଜ ପାର୍ଟି (ବିଏସପି) ର ପ୍ରଦେଶ ଅଧ୍ୟକ୍ଷ କେ. ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ମାମଲାରେ ଏକ ନୂଆ ଦିଗ ସାମ୍ନାକୁ ଆସିଛି। ଗତକାଲି ଅର୍ଥାତ୍‌ ଶନିବାର ସାରେ ଚେନ୍ନାଇରେ ପୋଲିସର ଏନକାଉଣ୍ଟରରେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଉଦ୍ଧାର କରିବା ପାଇଁ ଥିରୁଭେନଗଡାମଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା। ତା’ପରେ ସେ ଉଦ୍ଧାର ବନ୍ଧୁକ ସହିତ ପୋଲିସ ଅଧିକାରୀଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ପୋଲିସ ଏହାର ପାଲଟା ଜବାବ ଦେଇଥିଲା।
ସୂତ୍ରରୁ ପ୍ରକାଶ ଯେ ପୋଲିସର ପାଲଟା ଆକ୍ରମଣରେ ଅଭିଯୁକ୍ତ ଆହତ ହୋଇ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ହତ୍ୟା ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କମିଶନର କହିଛନ୍ତି ଯେ ବିଏସପି ନେତା ଆର୍ମଷ୍ଟ୍ରଙ୍ଗଙ୍କୁ ଶୁକ୍ରବାର ସା ପ୍ରାୟ ୭ଟା ୧୫ରେ ଏଠାରେ ପେରାମବୁରରେ ନିର୍ମିତ ତାଙ୍କ ଘର ଆଡକୁ ଯାଉଥିବା ବେଳେ ହତ୍ୟା କରାଯାଇଥିଲା। ଏହି ସମୟ ମଧ୍ୟରେ ତାଙ୍କ ସହିତ ଉପସ୍ଥିତ ଥିବା ଚାରି ଜଣ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଥିଲେ। ପୋଲିସ କମିଶନର କହିଛନ୍ତି ଯେ ଆର୍ମଷ୍ଟ୍ରଙ୍ଗଙ୍କୁ ତାଙ୍କ ସମର୍ଥକମାନେ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ ଏବଂ ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Recharge Plan: ଥରେ ରିଚାର୍ଜ କଲେ ୨୦୨୬ଯାଏ ପୁରା ଫ୍ରି, ଦିନକୁ ମିଳିବ ୨.୫ଜିବି ଡାଟା

ଯଦି ଆପଣ ୨୮, ୫୬ କିମ୍ବା ୮୪ ଦିନର ଭ୍ୟାଲିଡିଟି ସହିତ ରିଚାର୍ଜ ପ୍ଲାନ ନେବାକୁ ଚାହୁଁନାହାଁନ୍ତି ଏବଂ ବାରମ୍ବାର ରିଚାର୍ଜ କରିବାର ଅସୁବିଧା ଚାହୁଁନାହାଁନ୍ତି,...

Pakistan: ଭାରତ ପାଇଁ ୨୩ବର୍ଷ ଗୁପ୍ତଚର କରିଥିଲେ ପାକିସ୍ତାନର ଏହି ଟପ୍‌ କମାଣ୍ଡର, ଶେଷ ବେଳକୁ…

ନୂଆଦିଲ୍ଲୀ,୨୭।୪: ଯବାନମାନେ ନିଜକୁ ଆଉ ନିଜ ପରିବାରକୁ ଭୁଲି ଦେଶ ପାଇଁ ଜୀବନ ଦିଅନ୍ତି। କିନ୍ତୁ ଏପରି କିଛିଜଣ ଯବାନ ଅଛନ୍ତି ଯେଉଁମାନେ ଶତ୍ରୁଦେଶରେ ଧରାପଡ଼ିବା...

ଭଞ୍ଜଙ୍କ କାବ୍ୟ, କବିତାର ସୁରକ୍ଷା କରାଯିବ: ବିଧାୟକ

ଭଞ୍ଜନଗର,୨୭।୪(ବାବୁଲା ପ୍ରଧାନ): ଶ୍ରୀବିଘ୍ନରାଜ ଚାରିଟେବୁଲ ଏବଂ ସମ୍ଭବ ସାହିତ୍ୟ ପରିବାର ପକ୍ଷରୁ ରାଜ୍ୟସ୍ତରୀୟ ଭଞ୍ଜ ସାହିତ୍ୟ ଆଲୋଚନାଚକ୍ର ଶନିବାର ଭୁବନେଶ୍ବରସ୍ଥିତ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହୋଇଛି...

ପାହଡ଼ ଉପରୁ ମିଳିଲା ଯୁବକଙ୍କ ମୃତଦେହ: ପରିଚୟ ଖୋଜୁଛି ପୋଲିସ

ସୋରଡ଼ା,୨୭ା୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡଗଡ ଥାନା ଏକଲପୁର ପଞ୍ଚାୟତ ହରିପୁର ଗ୍ରାମ ନିକଟ ପାହାଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକଙ୍କ...

Pakistan: ଦିଲ୍ଲୀରେ ହଲଚଲ: ଯେକୌଣସି ମୂହୁର୍ତ୍ତରେ ହେବ ଆକ୍ସନ

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ...

IPLରେ ବୁମରାଙ୍କ ଆଉ ଏକ ସଫଳତା

ମୁମ୍ବାଇ,୨୭ା୪: ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ତଥା ଭାରତୀୟ ଦଳର ପ୍ରିମିୟର ପେସର ଯଶପ୍ରୀତ ବୁମରା ତାଙ୍କ ଉଲ୍ଲେଖନୀୟ କ୍ୟାରିୟରରେ ଆଉ ଏକ ସଫଳତା ଯୋଡ଼ିଛନ୍ତି। ସେ ରବିବାର...

ଶ୍ରୀରାମଚରିତ ମାନସ କଥାମୃତ ଉଦ୍‌ଯାପିତ

ଦିଗପହଣ୍ଡି,୨୭ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ରାଜବାଟି ସିଂହଦ୍ୱାର ସମ୍ମୁଖରେ ୧୮ ତାରିଖଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ କଥାମୃତ କାର୍ଯ୍ୟକ୍ରମ...

ମୃତ ଶିକ୍ଷକଙ୍କ ପରିବାରକୁ ଆର୍ଥିକ ସହାୟତା

ଦିଗପହଣ୍ଡି,୨୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ସମ୍ବଳ ଶିକ୍ଷକ ସର୍ବେଶ୍ୱର ସାହୁ କିଡନୀ ଜନିତ ରୋଗରେ ପୀଡିତ ହୋଇ ଗତ ମାର୍ଚ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image