Categories: ଜାତୀୟ

ବିଚାରଧୀନ ମାମଲା ଲମ୍ବିତ ହେଲେ ଅଭିଯୁକ୍ତଙ୍କୁ ଅଧିକ ଦିନ ଜେଲରେ ରଖି ହେବ ନାହିଁ: ହାଇକୋର୍ଟ…

ମୁମ୍ବାଇ,୩୦।୯ : ଦୁଇଥର ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରି ବମ୍ବେ ହାଇକୋର୍ଟ କହିଛନ୍ତି ଭାରତର ସମ୍ବିଧାନରେ ଦର୍ଶାଯାଇଥିବା ମୌଳିକ ଅଧିକାରର ଉଲ୍ଲଂଘନ ହେଉଥିବାରୁ ଜଣେ ବ୍ୟକ୍ତିଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜେଲରେ ରଖାଯାଇପାରିବ ନାହିଁ।

ଏହା ସହିତ ଜଷ୍ଟିସ ଭାରତୀ ଡାଙ୍ଗରେଙ୍କ ଏକକ ବେଞ୍ଚ ଆକାଶ ସତୀଶ ଚାନ୍ଦଲିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ଦୁଇଥର ହତ୍ୟା ଏବଂ ଷଡଯନ୍ତ୍ର ଅଭିଯୋଗରେ ପୁଣେ ଜିଲାର ଲୋନାଭାଲା ପୋଲିସ ଗିରଫ କରିଥିଲା।

କୋର୍ଟ ଏହି ଆଦେଶରେ କହିଛନ୍ତି, ଯଦି ଜଣେ ଅଭିଯୁକ୍ତକୁ ଏକ ଜଘନ୍ୟ ଅପରାଧ ବୋଲି ଅଭିହିତ କରାଯାଇଛି, ତେବେ ତାଙ୍କୁ ଜାମିନ ପ୍ରଦାନ ଉପରେ ବିଚାର କରିବା ଆବଶ୍ୟକ। ଏଥି ସହିତ, ଯଦି ଜଣେ ଅଭିଯୁକ୍ତ ଦୀର୍ଘ ଦିନ ଧରି ଜେଲରେ ଦଣ୍ଡ ଭୋଗୁଛନ୍ତି ତେବେ ତାଙ୍କ ଅପରାଧ ଗୁରୁତର କି ନୁହେଁ ତାହା ବିଚାର କରିବା ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇପାରେ।

ଜଷ୍ଟିସ କହିଛନ୍ତି ଅଭିଯୁକ୍ତ ଦୀର୍ଘ ଦିନ ଧରି ଜେଲରେ ଅଛନ୍ତି। ଏହା ହେଉଛି ଭାରତର ସମ୍ବିଧାନରେ ମୌଳିକ ଅଧିକାରର ଉଲ୍ଲଂଘନ ।

ଅଦାଲତ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ସମୟସୀମା ମଧ୍ୟରେ ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦିଆଯିବା ସତ୍ତ୍ୱେ କୌଣସି ଫଳାଫଳ ହୋଇ ନାହିଁ ଏବଂ ଏପରି ପରିସ୍ଥିତିରେ ଅଭିଯୁକ୍ତଙ୍କୁ ଜାମିନରେ ଛାଡିବା ବ୍ୟତୀତ ଅନ୍ୟ ଜିଛିି ବିକଳ୍ପ ନାହିଁ। ଅଭିଯୁକ୍ତ ତାଙ୍କୁ ଦଣ୍ଡ ଭୋଗ କରିସାରିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜେଲରେ ରଖିବା ଠିକ ନୁହେଁ।

ଏଥି ସହ ସତୀଶ ଚାନ୍ଦଲିଆଙ୍କ ଓକିଲ ସାନା ରାଏସ ଖାନ କହିଛନ୍ତି ଅଭିଯୁକ୍ତ ଆଠ ବର୍ଷ ଧରି ଏହି ଦଣ୍ଡ ଭୋଗୁଛନ୍ତି। ଶୁଣାଣି ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ତେଣୁ ତାଙ୍କୁ ଜାମିନ ପ୍ରଦାନ କରାଯିବ ଜରୁରୀ।

 

Share