ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି। ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀ ମାମଲାର ଶୁଣାଣି କରି ସାତ ଦିନ ମଧ୍ୟରେ କ୍ଷତିପୂରଣ ରାଶି ମୃତକଙ୍କ ପରିବାରକୁ ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁସାରେ, ୨୦୧୮ରେ ଏକ ମାମଲାରେ ଭଦ୍ରକ ଅଞ୍ଚଳର ଅଭିଯୁକ୍ତ ଅମ୍ରିତ ପୁହାଣକୁ ମୁମ୍ବାଇରୁ ଗିରଫ କରିଥିଲା ପୋଲିସ। ଅଭିଯୁକ୍ତ ଅମ୍ରିତଙ୍କୁ ମୁମ୍ବାଇରୁ ଟ୍ରେନରେ ନେଇ ପୋଲିସ ଫେରିବା ବେଳେ ଟ୍ରେନରୁ ଗଳି ପଡ଼ି ମୃତ୍ୟୁ ହୋଇଥିଲା। ଅଭିଯୁକ୍ତଙ୍କ ମୃତ୍ୟୁ ପରେ ତାଙ୍କ ମାଆ ବାସନ୍ତୀ ପୁହାଣ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଅଭିଯୁକ୍ତଙ୍କୁ ଟ୍ରେନରେ ନେଇ ଫେରୁଥିବା ତିନି ପୋଲିସ କର୍ମଚାରୀ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଉତ୍ତର ରଖିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।
Share