ଗଜପତି,୪ା୯(ଡି.ଏନ୍.ଏ.): ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଯେତିକି ବିଳମ୍ବ ହେଉଛି ସେତିକି ଅଡୁଆ ବଢୁଛି। ମୃତ୍ୟୁ ମାମଲାର ତଦନ୍ତ ପ୍ରଥମେ ପୋଲିସ ଏବଂ ପରେ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଏବେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସୌମ୍ୟଙ୍କ ମୃତ୍ୟୁର ୫୦ଦିନ ପରେ ଡିଏଫ୍ଓ କାର୍ଯ୍ୟାଳୟର ପୂର୍ବତନ ରାତି ଜଗୁଆଳି ଗଙ୍ଗା ପ୍ରଧାନ ଗଣମାଧ୍ୟମ ସମ୍ମୁଖରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି, ରାତିରେ ସୌମ୍ୟଙ୍କ ଘରକୁ ଡିଏଫଓ ସଂଗ୍ରାମ କେଶରୀ ବେହେରା ଯିବାର ସେ ଦେଖିଛନ୍ତି। ରାତି ୧୨ରୁ ୧୨.୩୦ ଭିତରେ ଯିବାର ସେ ନିଜେ ଦେଖିଛନ୍ତି।
ଅନ୍ୟପକ୍ଷରେ ଡିଏଫ୍ଓ ସଂଗ୍ରାମ ବେହେରାଙ୍କର ବିଦ୍ୟାଭାରତୀଙ୍କ ସହିତ ଅନୈତିକ ସମ୍ପର୍କ ଥିବା ନେଇ ବାରମ୍ବାର ଅଭିଯୋଗ କରିଆସୁଛନ୍ତି ମୃତ ସୌମ୍ୟଙ୍କ ପରିବାର ଲୋକେ। ଏବେ ଜଗୁଆଳିଙ୍କ ଏପରି ଚାଞ୍ଚଲ୍ୟକର ବୟାନ ପରେ ଘଟଣାରୁ ପରଦା ହଟିବ ବୋଲି କୁହାଯାଉଛି।