୧୦ ଦିନରେ ୧୩୪%ର ଅଭିବୃଦ୍ଧି ହାସଲ

ନୂଆଦିଲ୍ଲୀ,୧୫।୧୦: ଭାରତରେ ପାର୍ବଣ ଋତୁ ବ୍ୟବସାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବଧିକୁ ଚିହ୍ନିତ କରୁଛି। ଏହି ଗୁରୁତ୍ୱପୂର୍ଣ୍ଣ କର୍ପୋରେଟ ଆବଶ୍ୟକତାକୁ ସମ୍ବୋଧିତ କରି ଭାରତର ଅଗ୍ରଣୀ ବି୨ବି ଅନ୍‌ଲାଇନ ମାର୍କେଟପ୍ଲେସ୍‌ ଆମାଜନ ବିଜ୍‌ନେସ୍‌ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଏକ ଉତ୍ସର୍ଗୀକୃତ କର୍ପୋରେଟ୍‌ ଗିଫ୍ଟିଙ୍ଗ୍‌ ଷ୍ଟୋର୍‌ ଆମାଜନ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ ସମୟରେ କେବଳ ୧୦ ଦିନରେ ୧୩୪% ଅଭିବୃଦ୍ଧି ହାସଲ କରିଛି। ଏହି ସମୟରେ ମୋଟ ଅର୍ଡରରେ ୯୫% ଓ କ୍ରୟ କରୁଥିବା ଗ୍ରାହକଙ୍କ ସଂଖ୍ୟାରେ ୧୦୭% ବୃଦ୍ଧି ଦେଖିବାକୁ ମିଳିଛି। ଏକ ବିସ୍ତୃତ ଶୃଙ୍ଖଳାର ଉପହାର ବିକଳ୍ପ ସହ ୮୫୦୦ ରୁ ଅଧିକ ଜିଏସ୍‌ଟି-ସକ୍ଷମ ଉପତ୍ାଦ ଅନ୍ତର୍ଭୁକ୍ତ ଥିବା ଏହି ଷ୍ଟୋରରେ ଲୋକପ୍ରିୟ ଉପହାର ସାମଗ୍ରୀ ଭାବେ ମିକ୍ସର ଗ୍ରାଇଣ୍ଡର ଓ ଜୁସ୍‌ର ୫.୫ଗୁଣ ଅଭିବୃଦ୍ଧି ହାସଲ କରିଥିବା ବେଳେ କୁକର ଭଳି ଅନ୍ୟ କିଚେନୱେୟାର ୩ ଗୁଣ ବୃଦ୍ଧି ପରିଲକ୍ଷିତ ହୋଇଛି। ଏ ସମ୍ପର୍କରେ ଆମାଜନ ବିଜ୍‌ନେସ୍‌ର ନିର୍ଦ୍ଦେଶକ ସୁଚିତ ସୁବାଷ କହିଛନ୍ତି, ଚଳିତ ପାର୍ବଣ ଋତୁରେ ଆମର କର୍ପୋରେଟ ଗିଫ୍ଟିଙ୍ଗ୍‌ ଷ୍ଟୋରର ଉଲ୍ଲେଖନୀୟ ଅଭିବୃଦ୍ଧି ସହ ଭାରତରେ ଇ-କ୍ରୟର ଦ୍ରୁତ ଗ୍ରହଣୀୟତାକୁ ହାଇଲାଇଟ୍‌ କରୁଛି। ଏହି ବୃଦ୍ଧି ଅନ୍‌ଲାଇନ ଗିଫ୍ଟିଙ୍ଗ୍‌ର ସୁବିଧା ଓ ଆଧୁନିକ ବ୍ୟବସାୟଗୁଡିକର ବିକଶିତ ଆବଶ୍ୟକତାକୁ ପ୍ରତିଫଳନ କରୁଛି। ଏପରିକି ଆମେ ଆମାଜନ ବିଜ୍‌ନେସ୍‌କୁ ଏକ ଅନ୍‌ଲାଇନ ବି୨ବି ମାର୍କେଟପ୍ଲେସ୍‌ରେ ପରିଣତ କରିବାକୁ ସକ୍ଷମ ହୋଇଛୁ,ଯାହା ଭୌଗୋଳିକ ପ୍ରତିବନ୍ଧକକୁ ଦୂରକରିବା ସହ ସେଲରମାନଙ୍କୁ ଦେଶର କୋଣ ଅନୁକୋଣରେ ଗ୍ରାହକଙ୍କ ସହ ସଂଯୋଗ କରୁଛି ଏବଂ ଦେଶର ୧୦୦% ପିନ୍‌କୋଡ୍‌ରେ ସେବା ପ୍ରଦାନ କରୁଛି। ଚଳିତ ପାର୍ବଣ ଋତୁରେ ହେଡ୍‌ଫୋନ୍‌ ସବୁଠାରୁ ଲୋକପ୍ରିୟ ଟେକ୍‌ ଗିଫ୍ଟିଂ ସାମଗ୍ରୀ ଭାବେ ଉଭା ହୋଇଛି, ଯାହା ଗତ ବର୍ଷ ତୁଳନାରେ ୬% ବୃଦ୍ଧି ହାସଲ କରିଛି। ସେହିପରି ୨.୫ ଗୁଣ ବୃଦ୍ଧି ସହ ଲାପ୍‌ଟପ୍‌ ବ୍ୟାଗ୍‌ ଆଉ ଏକ ସର୍ବାଧିକ ବିକ୍ରି ବର୍ଗରେ ପରିଣତ ହୋଇଛି। ସ୍ନାକ୍ସ ଓ ସ୍ବିଟ୍‌ ଗିଫ୍ଟ ହାମ୍ପର ଅନ୍ୟତମ ଲୋକପ୍ରିୟ ବର୍ଗ ହୋଇଥିବାବେଳେ ଚକୋଲେଟ୍‌ ୧.୭ ଗୁଣ ବୃଦ୍ଧି ସହ ସର୍ବାଧିକ ଉପହାର ଦିଆଯାଉଥିବା ବର୍ଗରେ ପରିଣତ ହୋଇଛି। ସେହିପରି ଡ୍ରାଏ ଫ୍ରୁଟ୍‌ ହାମ୍ପର ୩.୭ ଗୁଣ ବୃଦ୍ଧି ହାସଲ କରିଥିବା ବେଳେ ଟି ଓ କଫି ହାମ୍ପର ବର୍ଗ ୨ଗୁଣ ବୃଦ୍ଧି ହାସଲ କରିଛି। ଚଳିତ ପାର୍ବଣ ଋତୁରେ ଆମାଜନ ବିଜ୍‌ନେସ୍‌ କେରଳରୁ ଜମ୍ମୁ-କଶ୍ମୀର ଓ ଗୁଜରାଟରୁ ନାଗାଲାଣ୍ଡ ପର୍ଯ୍ୟନ୍ତ ଭାରତର କୋଣ ଅନୁକୋଣରେ ସେଲର ଓ କର୍ପୋରେଟଗୁଡିକ ମଧ୍ୟରେ ସଂଯୋଗକୁ ସୁଗମ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

ବନ୍ଧନ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୫।୧୦: ବନ୍ଧନ ମ୍ୟୁଚୁଆଲ ଫଣ୍ଡ (ବିଏମ୍‌ଏଫ୍‌)ର ନୂତନ ଉତ୍ପାଦ ‘ବନ୍ଧନ ନିଫ୍ଟି ୫୦୦ ଭାଲ୍ୟୁ ୫୦ ଇଣ୍ଡେକ୍ସ ଫଣ୍ଡ୍‌ ଓ ବନ୍ଧନ ନିଫ୍ଟି ୫୦୦ ମୋମେଣ୍ଟମ୍‌...

ଜିଓର ତ୍ରୈମାସିକ ନେଟ୍‌ ଲାଭ ୬୫୩୯ କୋଟି

ମୁମ୍ବାଇ,୧୫।୧୦: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈୟମାସର ପରିଚାଳନାଗତ ଏବଂ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଡିଜିଟାଲ...

ଶେୟାର ବଜାରରେ ଉତ୍ସାହ

ମୁମ୍ବାଇ,୧୫।୧୦: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ସେପ୍ଟେମ୍ବରରେ ବଢିଲା ହୋଲସେଲ ଦରଦାମ୍

ନୂଆଦିଲ୍ଲୀ,୧୩।୧୦: ଭାରତର ହୋଲସେଲ ମୂଲ୍ୟ ସୂଚକାଙ୍କ ସେପ୍ଟେମ୍ବର ମାସରେ ବୃଦ୍ଧି ପାଇଛି। ଖାଦ୍ୟ ମୂଲ୍ୟ ବୃଦ୍ଧି କାରଣରୁ ସେପ୍ଟେମ୍ବରରେ ମୁଦ୍ରାସ୍ଫୀତି ୧.୮୪% ବୃଦ୍ଧି ପାଇଛି। ଅଗଷ୍ଟରେ...

ଅଗଷ୍ଟରେ କମିଲା ଶିଳ୍ପ ଉତ୍ପାଦନ

ଭୁବନେଶ୍ୱର, ୧୨ା୧୦(ଅନୁରାଧା ମହାରଣା): ପ୍ରାୟ ୨ ବର୍ଷର ବ୍ୟବଧାନ ପରେ ଚଳିବର୍ଷ ଅଗଷ୍ଟ ମାସରେ ଦେଶର ଶିଳ୍ପ ଉତ୍ପାଦନ ହ୍ରାସ ପାଇଛି। ଖଣି ଏବଂ ବିଦ୍ୟୁତ୍‌ କ୍ଷେତ୍ରଗୁଡିକ...

ଜେଏସ୍‌ଏଲ୍‌ର ଏମ୍ପ୍ଲଇ ଆସିଷ୍ଟାନ୍ସ ପ୍ରୋଗ୍ରାମ

ନୂଆଦିଲ୍ଲୀ,୧୨।୧୦: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ପରିସରରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ...

ଏସ୍‌ଏମ୍‌ଏଲ୍‌ର ନୂତନ ଅଭିଯାନ

ଭୁବନେଶ୍ୱର, ୧୨।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସତ୍ୟା ମାଇକ୍ରୋକ୍ୟାପିଟାଲ ଲିମିଟେଡ୍‌ (ଏସ୍‌ଏସ୍‌ଏଲ୍‌)ର ନୂତନ ଅଭିଯାନ ‘ମାଗଣା ସ୍ବାସ୍ଥ୍ୟସେବା ଶିବିର’ ନିକଟରେ ଆରମ୍ଭ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri