ଜେଇଇ ଆଡଭାନ୍ସଡରେ ଓଡିଏମ୍‌ ବିଦ୍ୟାର୍ଥୀଙ୍କ କୃତିତ୍ୱ

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):ଆଇଆଇଟି ଦିଲ୍ଲୀ ଏବଂ ଜଏଣ୍ଟ ଆଡମିଶନ୍‌ ବୋର୍ଡ (ଜେ.ଏ.ବି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ଜେଇଇ ଆଡଭାନ୍ସଡ-୨୦୨୦ ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରମାନେ କୃତିତ୍ୱ ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଅନିକେତ ଦେ ୫୩୨ତମ ର଼୍ୟାଙ୍କ୍‌, ପ୍ରଣବ କ୍ରିଷ୍ଣା ସାହୁ ୧୨୪୨ ର଼୍ୟାଙ୍କ୍‌ ଏବଂ ଅରୂପ ବରାଳ ୧୩୨୨ ର଼୍ୟାଙ୍କ୍‌ ରଖି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ପରୀକ୍ଷାରେ ୨୨ ଜଣ ଛାତ୍ରୀଛାତ୍ର ସଫଳତା ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ, ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଏବଂ ସିଓଓ ସ୍ବୟନ ସତ୍ୟେନ୍ଦୁଙ୍କ ସମେତ ସମସ୍ତ ଶିକ୍ଷକ ଏହି ସଫଳତା ପାଇଁ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା ପାଇଁ ଛାତ୍ରୀଛାତ୍ର ଓ ଅଭିଭାବକମାନେ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି।

Share