ବ୍ରହ୍ମପୁର ଅଫିସ,୧୧ା୩: ସରକାରଙ୍କ ତରଫରୁ ଜେଲଗୁଡ଼ିକରେ ହାତକୁ ନିଆଯାଉଥିବା ସଂସ୍କାରମୂଳକ କାର୍ଯ୍ୟକ୍ରମ ଯୋଗୁ ବହୁ ଅନ୍ତେବାସୀଙ୍କ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏପରିକି ବ୍ରହ୍ମପୁର ମଣ୍ଡଳ କାରାଗାରର ଅନ୍ତେବାସୀମାନେ ଏଭଳି କାର୍ଯ୍ୟକ୍ରମ ଜରିଆରେ ଏକ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ କଳାନ୍ତର ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏକ ଏକ ଅନଲାଇନ୍ ପ୍ରତିଯୋଗିତାରେ ବ୍ରହ୍ମପୁର ମଣ୍ଡଳ କାରାଗାରର ଅନ୍ତେବାସୀମାନେ ଅଂଶଗ୍ରହଣ କରିଥିଲେ। ଅନ୍ତେବାସୀମାନେ ନୃତ୍ୟ, ସଙ୍ଗୀତ ଓ କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଅନ୍ତେବାସୀଙ୍କ ଦ୍ୱାରା ପ୍ରଦର୍ଶିତ ନୃତ୍ୟ ପ୍ରତିଯୋଗିତାର ଫାଇନାଲ୍ ରାଉଣ୍ଡକୁ ପ୍ରବେଶ କରିଛି। ମଣ୍ଡଳ କାରାଗାର ଅଧୀକ୍ଷକ ଡି.ଏନ୍ ବାରିକ ଓ ଜେଲର୍ ସତ୍ୟନାରାୟଣ ବେହେରାଙ୍କ ଉଦ୍ୟମ କ୍ରମେ ଏହା ସମ୍ଭବ ହୋଇପାରିଛି। ଫାଇନାଲ୍ ରାଉଣ୍ଡରେ ମଣ୍ଡଳ କାରାଗାର ଟିମ୍ ବିଜେତା ହେବ ବୋଲି ସମସ୍ତେ ଆଶା ରଖିଛନ୍ତି।