Categories: ବାଣିଜ୍ୟ

ରେନ୍‌ବୋ ଚିଲ୍‌ଡ୍ରେନ୍ସ ହସ୍ପିଟାଲର ସଫଳତା

ଭୁବନେଶ୍ୱର,୩୦।୧୦ (ଅନୁରାଧା ମହାରଣା): ନିମୋନିଆ ଓ ଆକ୍ୟୁଟ୍‌ ରେସ୍ପିରେଟୋରି ଡିସ୍‌ଷ୍ଟ୍ରେସ୍‌ ସିଣ୍ଡ୍ରୋମ୍‌(ଏଆର୍‌ଡିଏସ୍‌)ରେ ପୀଡ଼ିତ ଜଣେ ୧୮ ମାସର ଶିଶୁର ଜୀବନ ବଞ୍ଚାଇ ହାଇଦ୍ରାବାଦସ୍ଥିତ ରେନ୍‌ବୋ ଚିଲ୍‌ଡ୍ରେନ୍ସ ହସ୍ପିଟାଲ ଏକ ନୂଆ ସଫଳତା ହାସଲ କରିଛି। ଗୋଆର ଏହି ଶିଶୁଟି ଗୁରୁତର ଥିବାବେଳେ ପ୍ରାୟ ସପ୍ତାହେ ଧରି ରେସ୍ପିରେଟୋରି ସପୋର୍ଟରେ ରହିଥିଲା। ଏକ୍‌ମୋ ଚିକିତ୍ସା ଶିଶୁର ଜୀବନ ବଞ୍ଚାଇବାର ଏକମାତ୍ର ମାଧ୍ୟମ ହୋଇଥିବାବେଳେ ହସ୍ପିିଟାଲର ଡାକ୍ତର ଓ କର୍ମଚାରୀଙ୍କ ପ୍ରଚେଷ୍ଟାରେ ଶିଶୁଟି ନୂଆ ଜୀବନ ଫେରିପାଇଛି। ଇଣ୍ଟେନ୍‌ସିଭ୍‌ କେୟାର ସର୍ଭିସ୍‌ର ନିର୍ଦ୍ଦେଶକ ଡା. ଦିନେଶ କୁମାର ଚିରାଲାଙ୍କ କହିବାନୁସାରେ ଶିଶୁଟି ସମ୍ପର୍କରେ ସୂଚନା ପାଇବା ମାତ୍ରେ ହସ୍ପିଟାଲର ଶିଶୁ ବିଭାଗର ବିଶେଷଜ୍ଞ, ଏକ୍‌ମୋ ଚିକିତ୍ସାର ତାଲିମପ୍ରାପ୍ତ ପରଫ୍ୟୁଜୋନିଷ୍ଟ ଏବଂ ତାଲିମ ପ୍ରାପ୍ତ ନର୍ସଙ୍କ ସମେତ ବାୟୋମେଡିକାଲ ଏବଂ ଆଇସିଏଟିଟି ଟିମ୍‌ ଗୋଆ ହସ୍ପିଟାଲରେ ଏକ୍‌ମୋ ଚିକିତ୍ସା ଆରମ୍ଭ କରିବା ସହ ପିଲାଟିକୁ ରେନବୋ’ ଚିଲ୍‌ଡ୍ରେନ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ନ୍ୟୁନାଟୋଲୋଜିଷ୍ଟ ଡା. କପିଲ ବି ସଚାନେ ଓ ଡା. ସାଇରାମଙ୍କ ନେତୃତ୍ୱରେ ଶିଶୁଟିକୁ ସ୍ଥାନାନ୍ତରିତ କରାଯାଇଥିଲା। ପୂରା ଟିମ୍‌ର ୨୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ଫଳରେ ଶିଶୁଟି ଜୀବନ ଫେରିପାଇଥିବା ସେ କହିଛନ୍ତି। ଏକ୍‌ମୋ ଚିକିତ୍ସା ପ୍ରଦାନ ନେଇ ନିଷ୍ପତ୍ତି ନିଆଯିବାର ୪ ଘଣ୍ଟା ମଧ୍ୟରେ ପୂରା ଟିମ୍‌ ଗୋଆରେ ମାତ୍ର ୬ ଘଣ୍ଟା ମଧ୍ୟରେ ଏକ୍‌ମୋ ଚିକିତ୍ସା ଆରମ୍ଭ ହୋଇଯାଇଥିଲା। ତେବେ ଦେଶରେ ଏପରି ଚିକିତ୍ସା ପ୍ରଦାନରେ ଏହା ପ୍ରଥମ ଘଟଣା ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଏହି ସଫଳତାରେ ଡା. ଫରାନ୍‌ ଶେଖ୍‌, ଡା. ଅନୁପମା ୟେରା, ଡା. ରମେଶ କଞ୍ଚରଲ ପ୍ରମୁଖ ଆନନ୍ଦ ବ୍ୟକ୍ତ କରିଛନ୍ତି।

Share