Categories: ବାଣିଜ୍ୟ

୨୦୨୪ ରେ ସମସ୍ତଙ୍କୁ ମିଳିବ ୨୪ ଘଣ୍ଟା ବିଦ୍ୟୁତ୍ ସପ୍ଲାଇ, ଜାଣନ୍ତୁ କଣ ରହିଛି ସରକାରଙ୍କ ଯୋଜନା

ନୂଆଦିଲ୍ଲୀ, ୨୫।୧୨: ବିଶ୍ୱରେ ବଢୁଥିବା ଅସ୍ଥିରତା ମଧ୍ୟରେ ବଢି ଚାଲିଥିବା ଭାରତୀୟ ଅର୍ଥନୀତି ପାଇଁ ବିଭିନ୍ନ କ୍ଷେତ୍ରକୁ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ କରିବାକୁ କୋଇଲା ସାଙ୍ଗକୁ ଅକ୍ଷୟ ଶକ୍ତି ଉପରେ ଜୋର ଦେଉଛନ୍ତି କେନ୍ଦ୍ର ସରକାର। ଏହି ମହତକାଂକ୍ଷୀ ଯୋଜନାକୁ ସଫଳ କରିବା ପାଇଁ ଆସନ୍ତା କିଛି ବର୍ଷ ମଧ୍ୟରେ କେନ୍ଦ୍ର ଶକ୍ତି ମନ୍ତ୍ରଳାୟ ୯୧ ଜିଗାୱାଟର ତାପଜ ବିଦ୍ୟୁତ ଉତ୍ପାଦନ ପାଇଁ ୭.୨୮ ଲକ୍ଷ କୋଟି ଟଙ୍କାର ନବେଶ କରିବାକୁ ଯାଉଛନ୍ତି।

ପିଟିଆଇକୁ ଏକ ସାକ୍ଷାତକାରରେ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର.କେ ସିଂହ କହିଛନ୍ତି ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ ଗ୍ରାହକଙ୍କ ଅଧିକାର ଅଟେ। ସେହିଭଳି ଶକ୍ତି ସୁରକ୍ଷା ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଋଷ ଯୋଗୁଁ ୟୁରୋପରେ କ’ଣ ଘଟିଛି ତାହା ସମସ୍ତେ ଦେଖିଛନ୍ତି।”

ବର୍ତ୍ତମାନ ଭାରତରେ ହାରାହାରି ବିଦ୍ୟୁତ୍ ଯୋଗାଣ ସହରାଞ୍ଚଳରେ ୨୩.୫୦ ଘଣ୍ଟା ଏବଂ ଗ୍ରାମାଞ୍ଚଳରେ ୨୨ ଘଣ୍ଟା ବୋଲି ସେ କହିଛନ୍ତି। ସିଂ ଏହା ମଧ୍ୟ କହିଛନ୍ତି ଯେ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ କ୍ଷମତା ଦେଶକୁ ଭୌଗଳିକ ବ୍ୟାଘାତରୁ ବିଚ୍ଛିନ୍ନ କରିବ ଏବଂ ଆମ ଅର୍ଥନୀତି ଦ୍ରୁତ ଗତିରେ ବିସ୍ତାର କରୁଥିବା ସମୟରେ ଦେଶ ପାଇଁ ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବ। ତେବେ ଅଧିକ ବ୍ୟୟବହୁଳ କାରଣରୁ କେବଳ ଅକ୍ଷୟ ଶକ୍ତିରୁ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଇବା ସମ୍ଭବ ନୁହେଁ ବୋଲି ଶକ୍ତିମନ୍ତ୍ରୀ କହିଛନ୍ତି।

ଦେଶରେ ବିଦ୍ୟୁତ୍ ଚାହିଦା ବୃଦ୍ଧି ହେତୁ କୋଇଲା ଭିତ୍ତିକ କ୍ଷମତା ଯୋଗ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ସେପ୍ଟେମ୍ବର ୨୦୨୩ ରେ ସର୍ବୋଚ୍ଚ ବିଦ୍ୟୁତ୍ ଚାହିଦା ୨୪୩.୨୭ ଜିଗାୱାଟ, ଯାହା ସର୍ବୋଚ୍ଚ ସ୍ତରରେ ଥିଲା। ତେବେ ୨୦୨୨ ନଭେମ୍ବରରେ ପ୍ରକାଶ ପାଇଥିବା ୨୦ ତମ ଇଲେକ୍ଟ୍ରିକ ପାୱାର ସର୍ଭେ(ଇପିଏସ) ରିପୋର୍ଟ ଅନୁଯାୟୀ ଭାରତରେ ସର୍ବାଧିକ ବିଦ୍ୟୁତ୍ ଚାହିଦା ୨୦୩୧-୩୨ ରେ ୩୬୬.୩୯ ଜିଗାୱାଟ, ୨୦୩୬-୩୭ ରେ ୪୬୫.୫୩ ଜିଗାୱାଟ ଏବଂ ୨୦୪୧-୪୨ ରେ ୫୭୪.୬୮ ଜିଗାୱାଟ ରହିବ।

 

Share