Categories: ରାଜ୍ୟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଅଚ୍ୟୁତ ସାମନ୍ତ, ଜାଣନ୍ତୁ କ’ଣ ହେଲା ଆଲୋଚନା

ଭୁବନେଶ୍ୱର:୩୦।୮: ଶୁକ୍ରବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ପୂର୍ବତ୍ତନ କନ୍ଧମାଳ ଏମପି ତଥା କିସ୍ ଓ କିଟ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ଏନେଇ ସୋସିଆଲ ମିଡିଆ ପ୍ଳାର୍ଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ସେ କରି ସୂଚନା ଦେଇଛନ୍ତି।

ଏହି ପୋଷ୍ଟରେ ସେ ଲେଖିଛନ୍ତି, ” ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଶିକ୍ଷାର ମାନ ବୃଦ୍ଧି କରିବା ଲାଗି ଆଲୋଚନା ହେଲା ଏବଂ ଏଠାକୁ କିପରି ଆହୁରି ଅଧିକ ବିଦେଶୀ ବିଦ୍ୟାର୍ଥୀଙ୍କୁ ଆକର୍ଷିତ କରିବା ପାଇଁ ଏକ ହବ୍ ଭାବରେ ପରିଣତ କରାଯିବ ସେ ନେଇ ସୁସ୍ଥ ଆଲୋଚନା ହୋଇଥିଲା।

ଏଥିସହିତ ସେ ଲେଖିଛନ୍ତି ”ଶିକ୍ଷା ବୃଦ୍ଧି ପାଇଁ ତାଙ୍କର ପ୍ରତିବଦ୍ଧତା, ବିଶେଷକରି ଓଡ଼ିଶାରେ ଗବେଷଣା କ୍ଷେତ୍ରରେ ଏବଂ KIIT & KISS ର ଅଗ୍ରଗତି ପ୍ରତି ତାଙ୍କର ଆଗ୍ରହ ପାଇଁ ମୁଁ ଗଭୀର କୃତଜ୍ଞ। ଆମ ରାଜ୍ୟର ଶିକ୍ଷା କ୍ଷେତ୍ରର ଅଭିବୃଦ୍ଧି ଏବଂ ବିକାଶ ପାଇଁ ତାଙ୍କର ଉତ୍ସର୍ଗୀକୃତତା ପ୍ରକୃତରେ ପ୍ରେରଣାଦାୟକ ଅଟେ।”

Share