Categories: ଜାତୀୟ

ପାଣିକୁ ନେଇ ଏସିଡ୍‌ ଆଟାକ୍‌: ୨୩ ଆହତ

ଝାନ୍ସୀ, ୨୬।୮: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପାଣି ଭର୍ତ୍ତି କରିବାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ପରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷଙ୍କ ଉପରକୁ ଛାତ ଉପରେ ଚଢ଼ି ଏସିଡ୍‌ ଆଟାକ୍‌ କରିଛନ୍ତି। ତଳେ ଠିଆ ହୋଇଥିବା ଲୋକଙ୍କ ଉପରକୁ ଛାତ ଉପରୁ ଏସିଡ୍‌ ବୋତଲ ମାଡ଼ କରାଯାଇଛି। ଝାନ୍ସୀର ଉଲଡ଼ାନ୍‌ ଥାନା ଅନ୍ତର୍ଗତ ବାସର ଗାଁରେ ଏଭଳି ଘଟିଛି। ଦେହରେ ଏସିଡ୍‌ ପଡ଼ିବା ଯୋଗୁ ୨୩ ଜଣ ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିିିକିତ୍ସା ଲାଗି ହସ୍ପିଟାଲ ପଠାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ୬ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ଅନ୍ୟ ୨ ଜଣ ଫେରାର ହୋଇଯାଇଥିବା ପୋଲିସ କହିିଛି।

Share