ପୁରୀ,୧୧।୧୨: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଗୋମୁଣ୍ଡିଆ ପଞ୍ଚାୟତ ଉଆସପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି।
ଜମିବାଡ଼ି ବିବାଦକୁ ନେଇ ଏସିଡ୍ ମାଡ଼ ହୋଇଛି। ଏଥିରେ ବାପା ପୁଅ ଅଧିକାରୀ ତରେଇ ଓ ରାଜେନ୍ଦ୍ର ତରେଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ସନ୍ତୋଷ ମହାରଣାଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଜମିବାଡ଼ି ବିବାଦ ନେଇ ସନ୍ତୋଷ ଓ ଅଧିକାରୀଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ସକାଳେ ଏହି ବିବାଦ ଉଗ୍ର ରୂପ ନେଇଥିଲା। ସକାଳେ ଅଧିକାରୀ ଓ ରାଜେନ୍ଦ୍ର ବାରିପଟ ଜମିରେ କାମ କରୁଥିଲେ। ଏହି ସମୟରେ ସନ୍ତୋଷ ସେଠାରେ ପହଞ୍ଚି ଏସିଡ ମାଡ଼ କରିଥିଲେ।