Categories: ଜାତୀୟ

ସ୍ତ୍ରୀ, ଭଣଜାଙ୍କୁ ହତ୍ୟା କରି ନିଜକୁ ଗୁଳି ମାରିଲେ ଏସିପି

ଅମରାବତୀ,୨୪।୭: ମହାରାଷ୍ଟ୍ରର ପୁନେରେ ଏକ ଅଭାବନୀୟ ଘଟଣା ଘଟିଛି। ଅମରାବତୀର ଏସିପି ଭରତ ଗାଏକ୍ୱାଡ ସ୍ତ୍ରୀ ଏବଂ ଭଣଜାଙ୍କୁ ଗୁଳି ମାରି ନିଜେ ଆତ୍ମହତ୍ୟା କରିଛନ୍ତି। ଭରତଙ୍କ ସ୍ତ୍ରୀ ମୋନି ଏବଂ ଭଣଜା ଦୀପକ ପୁନେରେ ରହୁଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଭରତ ଏଭଳି କାଣ୍ଡ କଲେ ତାହା ଜଣାପଡିନାହିଁ। ଘଟଣା ଦିନ ଭରତ ଛୁଟିରେ ଥିଲେ। ସେ ନିଜ ପିସ୍ତଲରୁ ଗୁଳି ଚଳାଇଥିବା ଜଣାପଡିଛି। ଗୁଳି ମାଡବେଳେ ଭରତଙ୍କୁ ମା’, ୨ ପୁଅ ଘରେ ଥିଲେ।

Share