ମାଲକାନଗିରି/ଚିତ୍ରକୋଣ୍ଡା,୨୦ା୧୧(ଦୁର୍ଯ୍ୟୋଧନ ପାତ୍ର/କ୍ଷୀରୋଦ ବେହେରା): ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଅରମ୍ଭ ହୋଇଛି ଅପରେଶନ ନୀଳ ଜହର ା ଜିଲା ପ୍ରସାସନ ଓ ପୋଲିସ ଏଥିପ୍ରତି ସତର୍କତା ଅବଲମ୍ବନ କରିଥିବା ଜଣାପଡିଛି। ବେଆଇନ ଗଞ୍ଜେଇ ଚାଷ ଅଞ୍ଚଳରେ ଚଢାଉ ଆରମ୍ଭ କରିଛି ମାଲକାନଗିରି ପୋଲିସ ଓ ଅବକାରୀ ବିଭାଗ। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ନୂଆଗୁଡା ପଞ୍ଚାୟତ ଚିଡିପକା ଗ୍ରାମର ବିଭିନ୍ନ ସ୍ଥାନରେ ଥାନା ଅଧିକାରୀ ମୁକୁନ୍ଦ ମେଲକାଙ୍କ ନେତୃତ୍ୱରେ ଫୋର୍ସ ଓ ଅବକାରୀ କର୍ମଚାରୀ ମିଳିତ ଭାବେ ଚଢାଉ କରି ଏକର ଏକର ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଗଛ କାଟି ସେଥିରେ ନିଅଁା ଲଗାଇ ନଷ୍ଟ କରି ଦିଆଯାଇଛି। ପ୍ରାୟ ୩୫ ହଜାର ଗଛ କଟାଯାଇ ନଷ୍ଟ କରାଯାଇଛି।