ଫି’ କମାଇଲେ ରଣବୀର କପୁର

ମୁମ୍ବାଇ: ନିକଟରେ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ଆନମିଲ’ର ଟିଜର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ସୋସିଆଲ ମିଡିଆରେ ଏହା ବେଶ୍‌ ଟ୍ରେଣ୍ଡ୍‌ କରୁଛି। ବର୍ତ୍ତମାନ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ଏବଂ ପିଙ୍କ୍‌ଭିଲ୍ଲା  ରିପୋର୍ଟ ଅନୁଯାୟୀ, ଫିଲ୍ମର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଫିଲ୍ମର ପ୍ରଡକ୍ସନ ଷ୍ଟାଣ୍ଡାର୍ଡରେ ଉନ୍ନତି ଆଣିବା ପାଇଁ ରଣବୀର ଫିଲ୍ମ ‘ଆନମିଲ’ ପାଇଁ ତାଙ୍କର ଫି’ ହ୍ରାସ କରିଥିବା ଜଣାଯାଇଛି।

ରଣବୀରଙ୍କ ଫିଲ୍ମର ବଜାର ମୂଲ୍ୟ ପ୍ରାୟ ୭୦ କୋଟି ଅଟେ। ଭୂଷଣ କୁମାର ଏବଂ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କୁ ସମର୍ଥନ କରିବା ପାଇଁ ରଣବୀର ତାଙ୍କ ଅଭିନୟ ଶୁଳ୍କ ୫୦ ପ୍ରତିଶତରୁ ଅଧିକ ହ୍ରାସ କରିଥିବା ଜଣାଯାଇଛି। ରଣବୀର ‘ଆନମିଲ ପାଇଁ ୩୦-୩୫ କୋଟି ଫି’ ନେବେ। ରଣବୀରଙ୍କ ଏହି ମହାନତା ପାଇଁ ତାଙ୍କ ପ୍ରଶଂସକମାନେ ବେଶ୍‌ ପ୍ରଶଂସା କରୁଛନ୍ତି।

Share