ଅଭିନୟରେ ଦର୍ଶକଙ୍କୁ କରୁଥିଲେ ପାଗଳ, ଦ୍ୱିତୀୟ ବିବାହ ପରେ ଛାଡ଼ିଥିଲେ କ୍ୟାରିୟର

୭୦ ଦଶକର ବଲିଉଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଯୋଗିତା ଓ୍ବାଲି ଅନ୍ୟତମ। ଯିଏ ତାଙ୍କ ଅଭିନୟ ଓ ସୌନ୍ଦର୍ଯ୍ୟରେ ଲୋକଙ୍କ ହୃଦୟ ଜୟ କରିପାରିଥିଲେ। ବର୍ତ୍ତମାନ ସେ ସିନେମା ଜଗତରୁ ଦୂରେଇ ଯାଇଛନ୍ତି। ମାତ୍ର ସେ ତାଙ୍କ ସମୟରେ ଅନେକ ହିଟ ଫିଲ୍ମ ଦେଇ ପ୍ରଶଂସକଙ୍କୁ ତାଙ୍କ ଅଭିନୟର ଯାଦୁ ଦେଖାଇ ପାଗଳ କରିଦେଇଥିଲେ। ସେ ୧୯୫୨ ଅଗଷ୍ଟ ୧୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଯୋଗିତା ଅଭିନେତା ଯସୱନ୍ତ ଏବଂ ପ୍ରଯୋଜକ ହରଦର୍ଶନ କୌରଙ୍କ ଝିଅ। ପରିବାରର ଅନେକ ସଦସ୍ୟ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କାମ କରୁଥିବାରୁ ଯୋଗିତା ମଧ୍ୟ ସିନେମା ପ୍ରତି ଆଗ୍ରହୀ ଥିଲେ। ପରେ ସେ ୧୯୭୧ରେ ଫିଲ୍ମ ‘ପରୱାନ’ରେ ଡେବ୍ୟୁ କରିଥିଲେ। ‘ମେମ୍‌ସାବ’, ‘ସମ୍‌ଝୋତା’, ‘ଅଜନବି’, ‘ହିଲ୍‌ କେ ଉସ୍‌ ପାର’, ‘ଚାଚା ଭତିଜା’ ଭଳି ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ପରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ବିବାହ ପରେ ସେ ଫିଲ୍ମ ଲାଇନ୍‌ରୁ ନିଜକୁ ଦୂରେଇ ରଖିଥିଲେ।

Share