ନୂଆଦିଲ୍ଲୀ,୧୨ା୪: ଇଡି ସମେତ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି। ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ପୁଣି ଥରେ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶକୁ ମଜଭୁତ କରିବା ପାଇଁ ଭାଜପା ଲଗାତର ଦୁଇଥର ଲୋକ ସଭାରେ ନିଜର ସଂଖ୍ୟାଗରିଷ୍ଠତା ବ୍ୟବହାର କରିଥିଲାବେଳେ କଂଗ୍ରେସ ଏହାର ଦଶନ୍ଧି ପୁରୁଣା ସଂଖ୍ୟାଗରିଷ୍ଠତାକୁ ନିଜ ପରିବାରକୁ ମଜଭୁତ କରିବାରେ ବ୍ୟବହାର କରିଥିଲା। ସେ କହିଛନ୍ତି, ବର୍ତ୍ତମାନ ବିରୋଧୀ ଦଳ ମଧ୍ୟ ବିଶ୍ୱାସ କରୁଛନ୍ତି ଯେ, ଏନଡିଏ ସରକାର ତୃତୀୟ ଥର ପାଇଁ କ୍ଷମତାରେ ରହିବେ। ପ୍ରଧାନମନ୍ତ୍ରୀ ବିରୋଧୀ ଦଳର ସମାଲୋଚନାକୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ବିରୋଧୀଦଳର ନେତାଙ୍କୁ ଟାର୍ଗେଟ କରିବା ପାଇଁ କେନ୍ଦ୍ର ସରକାର ଅନୁସନ୍ଧାନକାରୀ ସଂସ୍ଥା ବ୍ୟବହାର କରିଛନ୍ତି। ତାଙ୍କ ସରକାର ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।