ବେଆଇନ ବାଲି ଚୋରାଚାଲଣ ବେଳେ ଧରପଗଡ: ୫ ଲକ୍ଷ ୩୦ ହଜାର ଟଙ୍କା ଫାଇନ ଆଦାୟ

ଭବାନୀପାଟଣା,୨୦।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ତହସିଲରେ ବେଆଇନ ଭାବେ ବାଲି ଓ ପଥର ଚୋରାଚାଲାଣ ରୋକିବା ପାଇଁ ଜିଲା ମାଇନିଂ(ଖଣି) ବିଭାଗ ଅଣ୍ଟା ଭିଡିଛି। ଜିଲାରେ ଏସବୁ ରୋକିବା ପାଇଁ ଆକ୍ସନ ମୁଡକୁ ଓହ୍ଲାଇଛି ଖଣି ବିଭାଗ। ଏଥିପାଇଁ ଜିଲାରେ ଖଣି ବିଭାଗ ସମେତ ରାଜସ୍ବ ବିଭାଗ ଓ ପୋଲିସ କର୍ମଚାରୀଙ୍କୁ ନେଇଁ ୨ଟି ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି।

ରବିବାର ରାତିରେ ଭବାନୀପାଟଣା ତହସିଲରେ ଚଢାଉ ସମୟରେ ୪ଟି ଟ୍ରାକ୍ଟର ଠାରୁ ୯୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବାବେଳେ ୨ ଟି ହାଇଓ୍ବା ଠାରୁ ୨ ଲକ୍ଷ ଟଙ୍କା ଫାଇନ ଆଦାୟ କରାଯାଇଛି । ସେହିପରି ସୋମବାର ଥୁଆମୁଲ ରାମପୁର ତହସିଲରେ ଚଢାଉ କରାଯାଇ ୩ଟି ଟ୍ରାକ୍ଟରରୁ ୧ଲକ୍ଷ ୨୦ ହଜାର ଓ ଗୋଟିଏ ହାଇଓ୍ବା ଠାରୁ ୧ଲକ୍ଷ ୨୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । ଏହାସହ କଲମପୁର ତହସିଲ ଅଞ୍ଚଳରେ ଗୋଟିଏ ଟ୍ରାକ୍ଟରକୁ ଜବତ କରାଯାଇ ସ୍ଥାନୀୟ ଥାନାରେ ଜିମା ଦିଆଯାଇଛି । ସମୁଦାୟ ୭ଟି ଟ୍ରାକ୍ଟର ଓ ୩ଟି ହାଇଓ୍ବାରୁ ୫ଲକ୍ଷ ୩୦ହଜାର ଫାଇନ ଆଦାୟ କରାଯାଇଛି ।

ଭବାନୀପାଟଣା ତହସିଲ ଅଞ୍ଚଳରେ ଚଢ଼ାଉରେ କଳାହାଣ୍ଡି ଖଣି ଉପନିର୍ଦ୍ଦେଶକ ବିଶ୍ବନାଥ ସୋରେନ ଓ ତାଙ୍କ ଟିମ୍ ସ୍ଥାନୀୟ ତହସିଲାଦାର ଶୁଭସ୍ମିତା ମିଶ୍ର ଓ ତାଙ୍କ ଟିମ୍ ସମେତ ପୋଲିସ କର୍ମଚାରୀ ସାମିଲ ଥିଲେ । ସେହିପରି ଥୁଆମୁଳ ରାମପୁର ଓ କଲମପୁର ତହସିଲ ଅଞ୍ଚଳରେ ହୋଇଥିବା ଚଢାଉରେ ଖଣି ଅଧିକାରୀ ମୁରଲୀଧର ନାଏକ, କ୍ଷେତ୍ର ଅଧିକାରୀ ମଳୟ ରଞ୍ଜନ ବିଶ୍ବାଲ ସମେତ ସ୍ଥାନୀୟ ତହସିଲଦାର ଓ ପୋଲିସ କର୍ମଚାରୀ ସାମିଲ ଥିଲେ । କଳାହାଣ୍ଡି ଜିଲା ଖଣି ବିଭାଗ କାର୍ଯ୍ୟାଳୟରେ କମ୍ ସଂଖ୍ୟକ କର୍ମଚାରୀ ଥିବା ସତ୍ତ୍ବେ ମଧ୍ୟ ବିଭିନ୍ନ ଅଞ୍ଚଳରେ ଏପରି ଚଢାଉକୁ ନେଇଁ ଜିଲାରେ ଚୋରାଚାଲାଣ କରୁଥିବା ବାଲି ଓ ପଥର ମାଫିଆଙ୍କ ମଧ୍ୟରେ ଭୟର ବାତା ବରଣ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ଜିଲାପାଳଙ୍କ ଘରକୁ ପୁଣି ପସୁଥିଲେ ଚୋର, ପରେ ଯାହାହେଲା…

ରାୟଗଡା,୧୬।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଅତିରିକ୍ତ ଜିଲାପାଳ ନିହାର ରଞ୍ଜନ କହଁରଙ୍କ ସରକାରୀ ବାସଭବନରୁ ମଙ୍ଗଳବାର ଦିନ ଦ୍ବିପହରରେ ଦୁବୃର୍ତ୍ତ ମାନେ ଚୋରି ପାଇଁ ଉଦ୍ୟମ...

ଦାବି ପୂରଣ ନ ହେଲେ ଆନ୍ଦୋଳନ: ଚେତାବନୀ ଦେଲା କଂଗ୍ରେସ

ପୁରୁଷୋତ୍ତମପୁର,୧୬।୪(ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ଠାରେ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ଚିତ୍ରସେନ ବେହେରାଙ୍କ ନେତୃତ୍ୱରେ ଏକ ମଶାଲ ଶୋଭାଯାତ୍ରା...

ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ଦୁଇ ଭଉଣୀ

ବସ୍ତା, ୧୬।୪(ହରିଶଙ୍କର ପାଢ଼ି): ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଗାନ୍ଧୀ ଛକ ନିକଟରେ ମଙ୍ଗଳବାର ଅପରାହ୍ନ ୨ଟା ବେଳେ ଏକ ଦୁଃଖଦ ଘଟଣା ଘଟିଛି।...

ବିବାହର ୮ ବର୍ଷ ପରେ ବାପା ହେଲେ ଜାହିର ଖାନ: ସନ୍ତାନର ନାଁ ରଖିଲେ…

ମୁମ୍ବାଇ,୧୬।୪: ଚକ ଦେ ଇଣ୍ଡିଆ ଅଭିନେତ୍ରୀ ସାଗରିକା ଘାଟଗେ ଏବଂ ପୂର୍ବତନ ଭାରତୀୟ କ୍ରିକେଟର ଜାହିର ଖାନ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ଏହି ଦମ୍ପତି...

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ସୋର,୧୬।୪: ବାଲେଶ୍ୱର ଜିଲା ସୋର ନିକଟରେ ଏକ କୋଇଲା ବୋଝେଇ ଟ୍ରେଟ୍‌ରେ ଅଗ୍ନିକାଣ୍ଡ ଘଟିଛି। ସୋର ଷ୍ଟେସନ ନିକଟରେ ୨ଟି ବଗିରେ ନିଆଁ ଲଗିଥିବା ଦେଖିବାକୁ...

ଡାକ୍ତରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଲକ୍ଷାଧିକ ଟଙ୍କା ଜବତ

ଭବାନୀପାଟଣା,୧୬।୪(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି(ଗାଇନିକ) ବିଭାଗର ଡାକ୍ତର ତପନ କୁମାର ତ୍ରିପାଠୀଙ୍କ ଘରେ ବୁଧବାର...

ଘରୁ ବାହାରିଲେ ପାଦେପାଦେ ବିପଦ: ଏଣିକି  ନିଜ ଲଢ଼େଇ ନିଜର, ତାଲିମ ନେବାକୁ ଅଧ୍ୟକ୍ଷ ଦେଲେ ଆହ୍ବାନ 

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟରେ ବୁଧବାର ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଛି। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ...

Watch Video:ମ୍ୟାଚ୍‌ ବିଜୟ ପରେ ବି ଥରୁଥିଲେ ପଞ୍ଜାବ ମାଲିକାଣୀ: କୋଚ୍‌ଙ୍କୁ କହିଲେ, ମୋତେ ଦେଖ…

ଚଣ୍ଡିଗଡ,୧୬।୪: ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ ପକ୍ଷରୁ ୧୧୨ ରନର ବିଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image