ବରିଷ୍ଠ ନାଗରିକଙ୍କ ପାଇଁ ଆକ୍ସନ ପ୍ଲାନ୍‌: ଉପକୃତ ହେବେ ୧୦ ଲକ୍ଷ ବରିଷ୍ଠ ନାଗରିକ

ଭୁବନେଶ୍ୱର, ୭।୭(ବ୍ୟୁରୋ): ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ସ୍ବତନ୍ତ୍ର ଯୋଜନାକୁ ରାଜ୍ୟ ସରକାର ସହମତି ପ୍ରକାଶ କରିଛନ୍ତି। ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ମଙ୍ଗଳବାର ସୂଚନା ଦେଇଛନ୍ତି। ରାଜ୍ୟରେ ଖୁବ୍‌ଶୀଘ୍ର ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ ହେବ। ମୋବାଇଲ ଭ୍ୟାନ୍‌ ଯୋଗେ ବରିଷ୍ଠ ନାଗରିକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ଏଥିସହ ଆହୁରି ୫ ପ୍ରକାରର ସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଯୋଜନା କରିଛନ୍ତି। ୯ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଥିବା ବେଳେ ଏଥିରେ ୧୦ ଲକ୍ଷ ବରିଷ୍ଠ ନାଗରିକ ଉପକୃତ ହେବେ ବୋଲି ଜଣାପଡ଼ିଛି।

Share