Categories: ଜାତୀୟ

ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବୁ: ତ୍ରିପୁରା ପୋଲିସ

ଅଗରତାଲା,୩୦।୭: ରାଜ୍ୟରେ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବୟାନରେ ପ୍ରତିକ୍ରିୟା ରଖିଛି ତ୍ରିପୁରା ପୋଲିସ। ପୋଲିସ କହିଛି, ବେଆଇନ ଅନୁପ୍ରବେଶ ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥିର କରିଛୁ।

ଆସାମ ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଟ୍ବିଟର୍‌ ଆକାଉଣ୍ଟରେ ରୋହିଙ୍ଗ୍ୟାଙ୍କ ଉପରେ ହୋଇଥିବା ଟ୍ବିଟ୍‌କୁ ରିଟ୍ବିଟ୍‌ କରି ତ୍ରିପୁରା ପୋଲିସ କହିଛି, ଅନ୍ୟ ଏଜେନ୍ସି ସହ ସମନ୍ବୟ ରକ୍ଷା କରି ରୋହିଙ୍ଗ୍ୟାଙ୍କ ସମେତ ଅନ୍ୟ ବେଆଇନ ଅନୁପ୍ରବେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥିର କରିଛୁ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁନ ପର୍ଯ୍ୟନ୍ତ ରୋହିଙ୍ଗ୍ୟା ସମେତ ଅନ୍ୟ ଅନୁପ୍ରବେଶକାରୀ ମୋଟ ୩୫୪ ବେଆଇନ ଅନୁପ୍ରବେଶକାରୀଙ୍କୁ ତ୍ରିପୁରା ପୋଲିସ ଗିରଫ କରିଛି।

Share