Categories: ଜାତୀୟ

ଆୟୁଷ୍ମାନ ଭାରତରେ ୧.୬ଲକ୍ଷରୁ ଅଧିକ ସମସ୍ୟାକୁ ଏଆଇ ମାଧ୍ୟମରେ କରାଯାଇଛି ସମାଧାନ

ନୂଆଦିଲ୍ଲୀ,୧୨।୮: ଆୟୁଷ୍ମାନ ଭାରତରେ ୧.୬ଲକ୍ଷରୁ ଅଧିକ ସମସ୍ୟାକୁ ଏଆଇ ମାଧ୍ୟମରେ ସମାଧାନ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଲୋକସଭାରେ ଏନେଇ ସୂଚନା ଦେଇଛନ୍ତି।
ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ର ଜନ ଆରୋଗ୍ୟ ଯୋଜନା ଅଧୀନରେ ୨୮୭ କୋଟି ଟଙ୍କାର ୧.୬ ଲକ୍ଷରୁ ଅଧିକ ଦାବି ସମାଧାନ ହୋଇଛି। ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) କିମ୍ବା ରାଜ୍ୟ ସ୍ବାସ୍ଥ୍ୟ ପ୍ରାଧିକରଣର ନିର୍ଦ୍ଦେଶନାମା ପାଳନ ନ କରିଥିବା ୨୧୦ ଡାକ୍ତରଖାନାକୁ ତାଲିକାରୁ ହଟାଯିବା ସହ ୧୮୮ଟିକୁ ନିଷିଦ୍ଧ କରାଯାଇଛି ବୋଲି ମାଣ୍ଡଭିଆ ସୂଚନା ଦେଇଛନ୍ତି। ଏହି ଡାକ୍ତରଖାନାଗୁଡ଼ିକ ଉପରେ ୨୦.୭୧ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଛି। ତେବେ୯.୫ କୋଟି ଟଙ୍କା ଜବତ କରାଯାଇଛି। ସନ୍ଦେହଜନକ କାରବାର କିମ୍ବା ସମ୍ଭାବ୍ୟ ଠକେଇକୁ ଚିହ୍ନଟ କରିବା ପାଇଁ ଏଆଇ ଓ ମେସିନ ଲର୍ନିଂ ବ୍ୟବହୃତ ହେଉଛି। ସ୍ବାସ୍ଥ୍ୟସେବା ଠକେଇକୁ ପ୍ରତିରୋଧ, ଚିହ୍ନଟ ଏବଂ ପୁନରୁଦ୍ଧାର ପାଇଁ ସେଗୁଡିକ ବ୍ୟବହୃତ ହେଉଛି।

Share