
କେନ୍ଦୁଝର,୧୫।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦୈତାରୀ ଥାନା ଅଞ୍ଚଳରେ ମାଓ କାର୍ଯ୍ୟକଳାପକୁ ନେଇ ମିଥ୍ୟା ପ୍ରଚାରକୁ ନେଇ କେନ୍ଦୁଝର ପୋଲିସ ତଦନ୍ତ ଆରମ୍ଭ କରିଛି। ଏନେଇ ଆଜି ଏସପି ଅଫିସରେ ଏକ ପ୍ରେସମିଟ କରି ଅତିରିକ୍ତ ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି। ୧୫ ଦିନ ତଳେ ମାଓବାଦୀ ମାନେ ଦୈତାରୀ ଅଞ୍ଚଳରେ ଘୁରି ବୁଲୁଥିବା ସୂଚନା ମିଳିଥିଲା। ଏହାକୁ ଆଧାର କରି ପୋଲିସ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା। ଏନେଇ ଏକ ସତନ୍ତ୍ର ଟିମ, ବିଶେଷଜ୍ଞ ଟିମ, ଅଭିଜ୍ଞ ୟୁନିଟ, ଗୋଇନ୍ଦା ବିଭାଗ ଟିମଙ୍କୁ ମୁତୟନ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା। ଏହାର ତଦନ୍ତ ବିଭିନ୍ନ ଦିଗରୁ କରାଯାଇଥିଲା। ସ୍ଥାନୀୟ ସନ୍ଦେହ ପୂର୍ଣ୍ଣ ଲୋକଙ୍କ ମୋବାଇଲ ଯାଞ୍ଚ କରାଯାଇଥିଲା।
ଦୈତାରୀ ଅଞ୍ଚଳରେ ଥିବା ୫୫ ଟ୍ରାପ କ୍ୟାମେରାରେ ଯାଞ୍ଚ କରାଯାଇଥିଲା। କୌଣସି ସନ୍ଦିଗ୍ଧ ମାଓବାଦୀ ଚଳପ୍ରଚଳ ନେଇ କୌଣସି ଫୋଟ ନ ଥିବା ଜଣା ପଡ଼ିଥିଲା। କେବଳ ବନ କର୍ମଚାରୀ ଓ ସାଧାରଣ ଲୋକଙ୍କ ଚଳପ୍ରଚଳ ରେକର୍ଡ ହୋଇଥିବା ପୋଲିସ ସୂଚନା ଦେଇଛି। ଉକ୍ତ ସମୟରେ ଏହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମତାମତ ନିଆଯାଇଥିଲା। ଯେଉଁଠିରେ ସେଭଳି କୌଣସି ସୂଚନା ଯାଞ୍ଚ ଟିମକୁ ମିଳି ନ ଥିଲା। ଏଥିରେ କେତେକ ବନ ବିଭାଗ କର୍ମଚାରୀ ସଂପୃକ୍ତ ଥିବା ଜଣା ପଡ଼ିଥିଲା। ସେମାନେ ଭୁଲ ସୂଚନା ସ୍ଥାନୀୟ ଅଞ୍ଚଳରେ ପ୍ରଚାର କରିଛନ୍ତି। ଏଣୁ ଉକ୍ତ ଅଂଚଳରେ ଲୋକେ ଭୟ ଓ ଆତଙ୍କିତ ବାତା ବରଣ ମଧ୍ୟରେ ରହିଥିଲେ। କେତେକ ବନ କର୍ମଚାରୀ ଜଙ୍ଗଲ ରେ ବୁଲୁଥିବା ଶିକାରୀ ଙ୍କୁ ନେଇ ବିନା ଯାଞ୍ଚ ରେ ଭୁଲ ସୂଚନା ଦେବା, ପୋଲିସ କୁ ସୂଚନା ଦେଇ ସଠିକ ଯାଞ୍ଚ ନ କରିବା ଫଳରେ ଏଭଳି ଗୁଜବ ବ୍ୟାପିଥିଲା ବୋଲି ପୋଲିସ ସୂଚନା ଦେଇଛନ୍ତି। ଫଳରେ ଏହାର ପ୍ରଚାର ହେବାରୁ ଲୋକ ଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ସମସ୍ତ ତଥ୍ୟ ମିଳିବା ପରେ ଏନେଇ ଦଇତାରୀ ଥାନା କେସ ନମୱର୍ ୩୧/୨୦୨୫ ତା ୧୫/୪/୨୦୨୫ ରେ ଏକ ମାମଲା ରୁଜୁ କରାଯାଇ ଏହାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେଳେ ବହୁ ପ୍ରମାଣ ମିଳିଛି। ଏଣୁ ଏଭଳି ମିଥ୍ୟା ସୂଚନା ଦେଇଥିବା ବିରୁଦ୍ଧରେ ଏକମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଛି।