Posted inଜାତୀୟ

ସିଦ୍ଧୁଙ୍କୁ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୪।୫:ଖୁବ ଶୀଘ୍ର ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ବିରୋଧରେ କଂଗ୍ରେସ ଦଳ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚର୍ଚ୍ଚା ହେଉଛି। ଗୋଟିଏ ଦିନ ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗ କରି କଂଗ୍ରେସର ପଞ୍ଜାବର ଦାୟିତ୍ୱରେ ଥିବା ହରିଶ ଚୌଧୁରୀ ସିଦ୍ଧୁଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରୀୟ ନେତୃତ୍ୱଠାରେ ପତ୍ର ଲେଖିଥିଲେ।
ଏହା ପରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଏହି ଅଭିଯୋଗ ପତ୍ରକୁ ଅନୁଶାସନ କମିଟି ନିକଟକୁ ପଠାଇଛନ୍ତି ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଅନୁଶାସନ କମିଟି ସିଦ୍ଧୁଙ୍କୁ ନେଇ ନିଷ୍ପତ୍ତି ନେବାକୁ ମେ ୬ରେ ଏକ ବୈଠକ ଡାକିଛି।
ସୂଚନାଯୋଗ୍ୟ ଯେ ପଞ୍ଜାବ ନିର୍ବାଚନ ସମୟରେ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପରେ ଚରଣଜିତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିବା ନିଷ୍ପତ୍ତିରେ ବିରକ୍ତ ହୋଇ ନବଜୋତ ସିଂ ସିଦ୍ଧୁ ପ୍ରଥମେ ସଭାପତି ପଦରୁ ଇସ୍ତଫା ଦେଇଥିଲେ। କ୍ରମାଗତ ଭାବରେ ନିଜ ପାର୍ଟିକୁ ଟାର୍ଗେଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ପାଇଁ ୧ ଲକ୍ଷ କୋଟିର ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ସବୁ ବର୍ଗଙ୍କୁ ରଖିଛନ୍ତି ଧ୍ୟାନରେ

ନୂଆଦିଲ୍ଲୀ,୨୫।୩: ଦିଲ୍ଲୀର ଭାଜପା ସରକାର ମଙ୍ଗଳବାର ବିଧାନସଭାରେ ଏହାର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ଭାଜପା ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟରେ...

ବିବାହର ୨ ସପ୍ତାହ ପରେ ପ୍ରେମିକ ସହିତ ମିଶି ସ୍ୱାମୀକୁ ହତ୍ୟା କଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୫ା୩: ବିବାହର ଦୁଇ ସପ୍ତାହ ପରେ, ଉତ୍ତର ପ୍ରଦେଶର ଆଉରିଆ ଜିଲାରେ ଜଣେ ୨୨ ବର୍ଷୀୟା ମହିଳା ତାଙ୍କ ସ୍ୱାମୀଙ୍କୁ ହତ୍ୟା ପାଇଁ ସୁପାରୀ ଦେଇଛନ୍ତି।...

ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର RSS ହେଡକ୍ୱାଟର ଯିବେ ମୋଦି, ଜାଣନ୍ତୁ କାହିଁକି ଏହା ସ୍ବତନ୍ତ୍ର

ନୂଆଦିଲ୍ଲୀ,୨୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୩୦ରେ ନାଗପୁରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟାଳୟ ପରିଦର୍ଶନ କରିବେ। ପ୍ରଧାନମନ୍ତ୍ରୀ ହେବା ପରେ ୧୧ ବର୍ଷ...

କ୍ଷମା ମାଗିବାକୁ ମନା କଲେ କୁନାଲ

ମୁମ୍ବାଇ,୨୫।୩: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଥିବା ଷ୍ଟାଣ୍ଡ-ଅପ କମେଡିଆନ କୁନାଲ କାମରା କ୍ଷମା ମାଗିବାକୁ ମନା କରିଦେଇଛନ୍ତି।...

କଂଗ୍ରେସ ସହ ମିଶି ଖେଳ ଖେଳିବେ ଓଓ୍ବାଇସି, ସବୁ ପ୍ଲାନ ପ୍ରସ୍ତୁତ!

ନୂଆଦିଲ୍ଲୀ,୨୫।୩: ତେଲଙ୍ଗାନାର ସ୍ଥାନୀୟ ବିଧାନ ପରିଷଦ (MLC) ଆସନ ପାଇଁ ଆଗାମୀ ନିର୍ବାଚନରେ ଏଆଇଏମଆଇଏମ ଏବଂ କଂଗ୍ରେସ ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ବିଷୟରେ ଆଲୋଚନା ଜୋର...

PoK ଖାଲି କର ନଚେତ୍‌ ଭୋଗିବ ପରିଣାମ: ପାକିସ୍ତାନକୁ ଧମକ ଦେଲା ଭାରତ

ନୂଆଦିଲ୍ଲୀ,୨୫।୩: ଜାତିସଂଘ (UN) ସୁରକ୍ଷା ପରିଷଦରେ ଭାରତ ପୁଣିଥରେ ପାକିସ୍ତାନକୁ ତାର କାର୍ଯ୍ୟକଳାପ ପାଇଁ ଘେରିଛି। ଶାନ୍ତି ବଜାୟ ରଖିବା ପ୍ରସଙ୍ଗରେ ଆଲୋଚନାବେଳେ ପାକିସ୍ତାନ ପୁଣି...

‘ଛାବା’ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି: ସଂସଦରେ ହେବ ସ୍ବତନ୍ତ୍ର ସ୍କ୍ରିନିଂ

ନୂଆଦିଲ୍ଲୀ,୨୫।୩: ଅଭିନେତା ବିକି କୌଶଳଙ୍କ ଅଭିନୀତ ‘ଛାବା’ ସୁପରହିଟ୍‌ ହୋଇଛି। ରିଲିଜ ହେବାର ୪୦ ଦିନ ପରେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ...

ଲଣ୍ଡନରେ ସ୍ଲିପର ପିନ୍ଧି ମମତାଙ୍କ ମର୍ନିଂୱାକ୍, ଦେଖି ଚମକି ଗଲେ ବ୍ରିଟିଶ ନାଗରିକ

ଲଣ୍ଡନ,୨୫ା୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଣ୍ଡନ ହାଇଡ୍ ପାର୍କରେ ଏକ ଶାଢ଼ୀ ଏବଂ ସ୍ଲିପର ପିନ୍ଧି ପ୍ରାତଃ ଭ୍ରମଣ କରୁଥିବା ଦେଖିବାକୁ ମିଳିଛି। ତୃଣମୂଳ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image