Advertisement
Categories: ଜାତୀୟ

ସିଦ୍ଧୁଙ୍କୁ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୪।୫:ଖୁବ ଶୀଘ୍ର ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ବିରୋଧରେ କଂଗ୍ରେସ ଦଳ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚର୍ଚ୍ଚା ହେଉଛି। ଗୋଟିଏ ଦିନ ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗ କରି କଂଗ୍ରେସର ପଞ୍ଜାବର ଦାୟିତ୍ୱରେ ଥିବା ହରିଶ ଚୌଧୁରୀ ସିଦ୍ଧୁଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରୀୟ ନେତୃତ୍ୱଠାରେ ପତ୍ର ଲେଖିଥିଲେ।
ଏହା ପରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଏହି ଅଭିଯୋଗ ପତ୍ରକୁ ଅନୁଶାସନ କମିଟି ନିକଟକୁ ପଠାଇଛନ୍ତି ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଅନୁଶାସନ କମିଟି ସିଦ୍ଧୁଙ୍କୁ ନେଇ ନିଷ୍ପତ୍ତି ନେବାକୁ ମେ ୬ରେ ଏକ ବୈଠକ ଡାକିଛି।
ସୂଚନାଯୋଗ୍ୟ ଯେ ପଞ୍ଜାବ ନିର୍ବାଚନ ସମୟରେ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପରେ ଚରଣଜିତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିବା ନିଷ୍ପତ୍ତିରେ ବିରକ୍ତ ହୋଇ ନବଜୋତ ସିଂ ସିଦ୍ଧୁ ପ୍ରଥମେ ସଭାପତି ପଦରୁ ଇସ୍ତଫା ଦେଇଥିଲେ। କ୍ରମାଗତ ଭାବରେ ନିଜ ପାର୍ଟିକୁ ଟାର୍ଗେଟ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share