Categories: ଜାତୀୟ

ନକଲି ହେଲମେଟ, ପ୍ରେସରକୁକର. ସିଲିଣ୍ଡର ବିକ୍ରି କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୫ ।୧୧: ଜୀବନ ପ୍ରତି ବିପଦ ଥିବା ନକଲି ଉତ୍ପାଦନର ବିକ୍ରି ଓ ନିର୍ମାଣ ଉପରେ ଲଗାମ ଲାଗାଇବାକୁ ସରକାର ସାରା ଦେଶରେ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ(ସିସିପିଏ) ବୁଧବାର କହିଛି ମିଥ୍ୟା ଆଇଏସ୍‌ଆଇ ମୋହର ଲାଗିଥିବା ପ୍ରେସର କୁକର, ହେଲମେଟ ଓ ରୋଷେଇ ଗ୍ୟାସ ସିଲିଣ୍ଡର ବିକ୍ରେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସାରା ଦେଶରେ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ସିପିସିଏ ମୁଖ୍ୟ ନିଧି ଖରେ କହିଛନ୍ତି ଖୁଚୁରା ବିକ୍ରେତାଙ୍କ୍ ସହ ଅନଲାଇନ ପ୍ଲାଟଫର୍ମରେ ଏହି ନକଲି ଜିନିଷ ବିକ୍ରି କରାଯାଉଛି । ଏହାକୁ ନେଇ କିଛି ଇ-କମର୍ସ କମ୍ପାନୀଙ୍କୁ ନୋଟିସ ଜାରି କରାଯାଇଛି । ବଜାରରରେ ବିକ୍ରି ହେଉଥିବା ଏମିତି ନକଲି ଜିନିଷ ଉପରେ ପ୍ରତିବନ୍ଧକ ଲଗାଇବାକୁ ସିପିସିଏ ଜିଲାପାଳଙ୍କୁ କମ୍ପାନୀ ଗୁଡିକର ଯାଞ୍ଚ କରାଯାଉ ବୋଲି କହିଛନ୍ତି । ଆସନ୍ତା ଦୁଇ ମାସ ମଧ୍ୟରେ ଯାଞ୍ଚ କରି ରିପୋର୍ଟ ଦେବାକୁ କୁହାଯାଇଛି ।

Share