୪୮ଘଣ୍ଟାରେ ଜାଗା ନ ଛାଡ଼ିଲେ କାର୍ଯ୍ୟାନୁଷ୍ଠାନ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଲେଙ୍ଗୁ ମିଶ୍ର ଛକଠାରୁ ନୂଆ ଜିରା ବ୍ରିଜ୍‌ ପର୍ଯ୍ୟନ୍ତ ରାସ୍ତା ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ୪୮ଘଣ୍ଟା ମଧ୍ୟରେ ଜବରଦଖଲ ଛାଡ଼ିବାକୁ ଜିଲାପାଳ ମୋନିଷା ବାନାର୍ଜୀ ଆଦେଶ କରିଛନ୍ତି। ସରକାରୀ ଜାଗା ଏବଂ ରାସ୍ତା ଉପରେ ବେଆଇନ ଭାବେ ଜବରଦଖଲ କରି କୋଠାବାଡ଼ି, ଦୋକାନ ନିର୍ମାଣ କରିଥିବା ଲୋକ, ଦୋକାନୀ ତଥା ଘର ମାଲିକଙ୍କ ଉଦ୍ଦେଶ୍ୟରେ ଏହି ଆଦେଶ ଜାରି ହୋଇଛି । ସ୍ବଇଚ୍ଛାରେ ସେହି ଜାଗା ଛାଡ଼ି ଦେବାକୁ ପରାମର୍ଶ ଦିଆଯାଇଛି। ନଚେତ୍‌ ସେହି ବେଆଇନ ନିର୍ମାଣକୁ ଭାଙ୍ଗି ଦିଆଯିବ ଏବଂ ଜବରଦଖଲକାରୀଙ୍କ ବିରୋଧରେ ପୌର ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ପୌର ପ୍ରଶାସନ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରୁ ଲେଙ୍ଗୁ ମିଶ୍ର ଛକଠାରୁ ନୂଆ ଜିରା ବ୍ରିଜ ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର ଯୋଗେ ଏହି ସୂଚନା ଦିଆଯାଇଛି। ଏହାପରେ ଜବରଦଖଲକାରୀମାନଙ୍କ ଚିନ୍ତା ବଢ଼ି ଯାଇଛି। ଅନ୍ୟପଟେ ଜବରଦଖଲ ଉଚ୍ଛେଦ ଦୀର୍ଘଦିନର ଦାବି ହୋଇଥିବା ବେଳେ ଜିଲାପାଳଙ୍କ ଏଭଳି ଆଦେଶକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ପ୍ରକାଶ ଯେ, ବରଗଡ଼ ଗାନ୍ଧୀ ଛକରୁ ଲେଙ୍ଗୁ ମିଶ୍ର ଛକ, ଜିରା ବ୍ରିଜ ଦେଇ ଅମ୍ବାପାଲିକୁ ଏକଦା ଜାତୀୟ ରାଜପଥ ସଂଯୋଗ କରିଥିଲା। ସେତେବେଳେ ରାଜପଥ ମାନ୍ୟତା ପାଇଥିବା ରାସ୍ତା ଅସ୍ତିତ୍ୱ ହରାଇ ଏବେ ସଙ୍କୁଚିତ ହୋଇ ପଡ଼ିଛି। ଅନ୍ୟପଟେ ଜନସଂଖ୍ୟା ବୃଦ୍ଧି, ଟ୍ରାଫିକ୍‌ ସମସ୍ୟା ପାଇଁ ରାସ୍ତା ପ୍ରଶସ୍ତୀକରଣର ଆବଶ୍ୟକତା ଥିବାବେଳେ ସଙ୍କୁଚିତ ହୋଇ ପଡ଼ିଥିବା ଏହି ରାସ୍ତା ସହରର ସୌନ୍ଦର୍ଯ୍ୟକରଣରେ ବାଧକ ସାଜିଛି। ରାସ୍ତାରେ ସବୁବେଳେ ଟ୍ରାଫିକ୍‌ ସମସ୍ୟା ଲାଗି ରହୁଛି ଏବଂ ଯାତାୟାତ କରୁଥିବା ଛାତ୍ରୀଛାତ୍ରଙ୍କ ସମେତ ଅନ୍ୟ ଲୋକଙ୍କ ପାଇଁ ରାସ୍ତାଟି ଅସୁରକ୍ଷିତ ହୋଇ ପଡ଼ିଛି। ରାସ୍ତା ଉପରେ ଅନେକ ମାଲବାହୀ ଗାଡ଼ି ଛିଡ଼ା ହେଉଥିବା ବେଳେ ରୋଗୀଙ୍କୁ ନେଉଥିବା ଆମ୍ବୁଲାନ୍ସ ମଧ୍ୟ ରାସ୍ତା ଅତିକ୍ରମ କରିବା କଷ୍ଟସାଧ୍ୟ ହୋଇ ପଡ଼ୁଛି ।
ଅପରପକ୍ଷେ ନୂଆ ଜିରା ବ୍ରିଜ ନିର୍ମାଣ ଶେଷ ହୋଇଥିବା ବେଳେ ବ୍ରିଜ୍‌ ଉପରେ ଯାତାୟାତ ଆରମ୍ଭ ହୋଇଛି। ଫଳରେ ପୂର୍ବାପେକ୍ଷା ଏହି ରାସ୍ତା ଦେଇ ଲୋକଙ୍କ ଯାତାୟାତ ତଥା ପରିବହନ ଗାଡ଼ି ଚଳାଚଳ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ନୂଆ ଜିରା ବ୍ରିଜ୍‌ରେ ଯାତାୟାତ ଆରମ୍ଭ ହେବା ପୂର୍ବରୁ ଲେଙ୍ଗୁ ମିଶ୍ର ଛକଠାରୁ ନୂଆ ଜିରା ବ୍ରିଜ୍‌ ପର୍ଯ୍ୟନ୍ତ ରାସ୍ତା ଜବରଦଖଲକାରୀଙ୍କୁ ହଟାଇବା ଦାବି ନେଇ ସ୍ଥାନୀୟ ସମଲେଶ୍ୱରୀ ସଂଘ, ଓକିଲ ସଂଘ ସମେତ ବିଭିନ୍ନ ଅନୁଷ୍ଠାନ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଗତ ମାସ ୨୨ତାରିଖରେ ବିଭାଗୀୟ ଅଧିକାରୀମାନେ ରାସ୍ତା ମାପଚୁପ କରିଥିଲେ ହେଁ ମେଜର ନକ୍ସା ଧରି ସୀମା ଚିହ୍ନଟ କରୁଥିଲେ। ଫଳରେ ତାକୁ ବିରୋଧ କରି ମେଜର ନକ୍ସା ଅନୁଯାୟୀ ମାପଚୁପ କରିବାକୁ ଲୋକେ ଦାବି କରିଥିଲେ।
ଲୋକେ ମେଜର ନକ୍ସାରେ ମାପଚୁପକୁ ନାପସନ୍ଦ କରୁଥିବାବେଳେ ତାକୁ ନେଇ ସେତେବେଳେ ଚାପା ଉତ୍ତେଜନା ଦେଖାଯାଇଥିଲା। ମେଜର କିମ୍ବା ପୁରୁଣା ଜାତୀୟ ରାଜପଥ ନକ୍ସା ଅନୁଯାୟୀ ରାସ୍ତାର ସୀମା ଚିହ୍ନଟ ସହିତ ଜବରଦଖଲକାରୀଙ୍କୁ ହଟାଇବାକୁ ଲୋକେ ଅଡ଼ି ବସିଥିଲେ। ସେହି ସମୟରେ ଓକିଲ ସଂଘ ପହଞ୍ଚତ୍ ଲୋକଙ୍କ ଦାବିକୁ ଯଥାର୍ଥ ବୋଲି କହିଥିଲା। ଫଳରେ ସେତେବେଳେ ସୀମା ଚିହ୍ନଟ ଆଉ ଆଗେଇ ନ ଥିଲା। ଅନ୍ୟପଟେ ଅସନ୍ତୋଷ ବଢ଼ିବା ସହିତ ଚାପା ଉତ୍ତେଜନା ଲାଗି ରହିଥିଲା। ଏଭଳି ସ୍ଥିତିରେ ଓକିଲ ସଂଘ ଗତ ମାସ ୨୩ ତାରିଖରେ ଜିଲାପାଳଙ୍କୁ ଭେଟି ଲୋକଙ୍କ ଦାବିକୁ ଦୋହରାଇଥିଲା। ଏହାପରେ ଜିଲାପାଳ ଏକ କମିଟି ଗଠନ କରିବା ସହିତ ସେ ନେଇ ରିପୋର୍ଟ ଦେବାକୁ ଉପଜିଲାପାଳ ଲଲାଟ କୁମାର ଲୁହାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପଜିଲାପାଳଙ୍କଠାରୁ ରିପୋର୍ଟ ପାଇବା ପରେ ଜିଲାପାଳ ଜବରଦଖଲ ଉଚ୍ଛେଦ ନେଇ ସେଭଳି ଆଦେଶ କରିଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ...

ଗଣେଶ ଭସାଣି ଗଣ୍ଡଗୋଳରୁ ଆକ୍ରମଣ: ବଡ଼ଭାଇ ମୃତ, ସାନ ଗୁରୁତର

ସୋରଡା,୧୬ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅଧୀନ ଅମୃତୁଲୁ ଗ୍ରାମରେ ଗଣେଶ ଭସାଣି ବେଳେ ହୋଇଥିବା ଏକ ବଚସା ୩ ଦିନ ପରେ ଉଗ୍ରରୂପ...

ନମ୍ବର ବିହୀନ ଗାଡ଼ିର ପିଛା କରି ମୋଷ୍ଟ ଓ୍ବାଣ୍ଟେଡ୍‌ ଭୁବନଙ୍କୁ ଧରିଲା ପୋଲିସ 

ନବରଙ୍ଗପୁର,୧୬।୯(ସଦାଶିବ ପ୍ରହରାଜ): ହତ୍ୟା, ଡକାୟତି ଭଳି ଘଟଣାରେ ସମ୍ପୃକ୍ତ ଜଣେ ମୋଷ୍ଟ ୱାଣ୍ଟେଡ୍‌ଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ...

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ...

ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା

କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍‌ ଯୋଗେ...

ଚିନ୍ତା ବଢ଼ାଉଛି ଜଙ୍ଗଲରେ ଗଞ୍ଜେଇ ଚାଷ

ଦାରିଙ୍ଗବାଡି,୧୬।୯(ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଘଞ୍ଚ ଜଙ୍ଗଲରେ ହେଉଛି ଗଞ୍ଜେଇ ଚାଷ। ସପ୍ତାହକ ମଧ୍ୟରେ ପୋଲିସ ଜଙ୍ଗଲରୁ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ...

ରାସ୍ତା କଡ଼ରେ ଛିଡା ହୋଇଥିବା କାରକୁ ପିଟିଲା କାର୍‌: ଦୁଇ ଯାତ୍ରୀ ଗୁରୁତର

ବାଲିଗୁଡ଼ା:୧୬।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ୫୯ ନମ୍ବର ଜାତୀୟ ରାଜପଥ ବାଲିଗୁଡ଼ା ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri