ମନରେଗା କାର୍ଯ୍ୟରେ ଅଗ୍ରଗତି ନ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଗଞ୍ଜାମ ଜିଲାପାଳ

ପୁରୁଷୋତ୍ତମପୁର,୬।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଗ୍ରସ୍ତରେ ଶୁକ୍ରବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରଛନ୍ତି। ତେବେ ଜିଲାପାଳ ବ୍ଲକକୁ ଆସିବା ସମୟରେ ନିକଟରେ ଥିବା ତାରାତାରିଣୀ କଲେଜର ବହୁ ଛାତ୍ରୀଛାତ୍ର ଏକତ୍ରିତ ହୋଇ ଛିଡା ହୋଇଥିଲେ। ଏହାସହ ସେମାନଙ୍କ ମଧ୍ୟରୁ କେହି ମାକ୍ସ ପିନ୍ଧି ନଥିଲେ। ଏହା ଦେଖି ନିଜେ ଜିଲାପାଳ ଗାଡ଼ିରୁ ଓହ୍ଲାଇ ଛାତ୍ରୀଛାତ୍ରଙ୍କୁ ବୁଝାଇବା ସହ ଅଧ୍ୟକ୍ଷଙ୍କୁ ଏ ନେଇ ଜଣାଇଥିଲେ। କୋଭିଡ୍‌ କଟକଣା ଉଲ୍ଲଘଂନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଗ୍ରାମାଞ୍ଚଳରେ ହେଉଥିବା ମନରେଗା ଯୋଜନାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ କହିଥିଲେ। ମାତ୍ର କିଛି ପଞ୍ଚାୟତରେ କାର୍ଯ୍ୟରେ ଅଗ୍ରସର ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ କାର୍ଯ୍ୟର ଅଗ୍ରଗତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଖିଲାପ କଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏପରିକି ବହିସ୍କାର ସହ ନିଲମ୍ବନ କରାଯିବାକୁ କରିଥିଲେ।

Share